Home Coronavirus Outbreak ପୁରୀ ଜିଲ୍ଲାରେ ଆଉ ଏକ କରୋନା ଚିହ୍ନଟ

ପୁରୀ ଜିଲ୍ଲାରେ ଆଉ ଏକ କରୋନା ଚିହ୍ନଟ

307

ପୁରୀ, ୧୨/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀଜିଲ୍ଲାରେ ବର୍ତମାନ ସୁଦ୍ଧା ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ବର୍ତମାନ ତିନିଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଠାରେ ସୂଚନା ଯୋଗ୍ୟଯେ ପୁରୀଜିଲ୍ଲାରେ ପ୍ରଥମ କରି ପିପିଲି ବ୍ଲକ ଅନ୍ତର୍ଗତ ଦାନ ଗୋହିରୀ ଗ୍ରାମରେ ନିଜାମୁଦ୍ଦିନରୁ ଫେରିଥିବା ଜନୈକ ବ୍ୟକ୍ତିଙ୍କ କରୋନା ପଜେଟିଭ୍ ଥିବା ଜଣଯିବା ପରେ ତାଙ୍କୁ ଚିକିତ୍ସା ପାଇଁ ରଖାଯାଇଥିଲା। ରବିବାର ଦିନ ସନ୍ଧ୍ୟାରେ ପୁରୀ ସମୁଦ୍ରକୂଳ ରେଣୁକା ଗଳି ଅଂଚଳରେ ରହୁଥିବା ଦୁଇଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ଏମାନେ କଲିକତା ଫେରନ୍ତା ବୋଲି ଜଣାଯାଇଛି।

ଆଜି ସକାଳେ ଗୋପବ୍ଲକରୁ ଜନୈକ ୩୫ବର୍ଷୀୟ ଯୁବକଙ୍କୁ ଚିହ୍ନଟ କରାଯାଇଛି। ସେ ସୁରଟ ଫେରନ୍ତା ବୋଲି ଜଣାଯାଇଛି। ପୁରୀଜିଲ୍ଲାର ବିଭିନ୍ନ ଅଂଚଳରେ ରହୁଥିବା ପ୍ରବାସୀମାନେ ନିଜ ନିଜ ଅଂଚଳକୁ ଫେରିବା ପାଇଁ ପଂଜିକରଣ କରିଛନ୍ତି। ସେଥିମଧ୍ୟରୁ ଆଜି ସୁଦ୍ଧା ୨୨୨୦ ଜଣ ପୁରୀକୁ ଫେରିଛନ୍ତି। ସେମାନଙ୍କୁ ବିଭିନ୍ନ ସରକାରୀ କ୍ୱାରେଟାଂଇନରେ ରଖାଯାଇଛି। ୩୫ଜଣ ପ୍ରବାସୀ ସେମାନେ ନିଜ ନିଜ ଖର୍ଚ୍ଚରେ ହୋଟେଲ କ୍ୱାରେଟାଂଇନରେ ରହୁଛନ୍ତି। ଏମାନେ କ୍ୱାରେଟାଂଇନରେ ୨୧ଦିନ ପର୍ଯ୍ୟନ୍ତ ରହିବେ ବୋଲି ଜଣାଯାଇଛି। ବର୍ତମାନ ସୁଦ୍ଧା ୫୮୦ଜଣଙ୍କର ସ୍କ୍ୱାବ ପରୀକ୍ଷା ପାଇଁ ଯାଇଥିଲା। ସେଥିମଧ୍ୟରୁ ୩ଜଣଙ୍କ ପଜେଟିଭ୍ ଆସିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି।

ଲକଡାଉନ ସମୟରେ ପୁରୀସହର ବାସୀ ଜିଲ୍ଲା ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରିଥିବା ଯୋଗୁଁ ସେ ପୁରୀ ସହରବାସୀଙ୍କୁ ଜିଲ୍ଲାପାଳ ବଲବନ୍ତ ସିଂ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.