Home ଓଡ଼ିଶା ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଆରମ୍ଭ ହେବା ସହ ଯନ୍ତାଗାଡରେ ସିଙ୍ଗଡା ବାଡେଇବା କାର୍ଯ୍ୟ ଆରମ୍ଭ...

ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଆରମ୍ଭ ହେବା ସହ ଯନ୍ତାଗାଡରେ ସିଙ୍ଗଡା ବାଡେଇବା କାର୍ଯ୍ୟ ଆରମ୍ଭ ହୋଇଛି

162

ପୁରୀ, ୧୨/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପଂଚମ ଦିନରେ ରଥ ନିର୍ମାଣ କାର୍ଯ୍ୟ ପହଂଚିଛି। ତୁମ୍ବରେ ବିନ୍ଧ ନିର୍ମାଣ ସହ ଅର ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଛି। ଭୋଇ ସେବକମାନେ ଯନ୍ତାଗାଡରେ ମହାପ୍ରଭୁଙ୍କ ଭଉଁରୀ ସୁଦ୍ଧା ତିନିରଥରେ ଦୁଇଟି ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ନୀତି ଓ ଆଜ୍ଞାମାଳ ବିଧି ଥିବାରୁ ମହାରଣା ସେବକମାନେ ଚକ ନିର୍ମାଣରେ ତତ୍ପରତା ପ୍ରକାଶ କରିଛନ୍ତି। ଠିକଣା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଦଇତାପତି ସେବକ ଆଶାବ୍ୟକ୍ତ କରିଛନ୍ତି।

ଆଜିଠାରୁ ଆରମ୍ଭ ହେଲା ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଭୋଇ ସେବକମାନେ ଶୁଭ ଅନୁକୂଳ କରି ଯନ୍ତାଗାଡରେ ସିଙ୍ଗଡା ବାଡେଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁମ୍ବରେ ବିନ୍ଧ ହୋଇଥିବା ବେଳେ ପ୍ରତି ଚକରେ ମହାରଣା ସେବକମାନେ ସାଇଜ କରି ଦେଇଥିବା ଅରକୁ କଂଟା ଲଗାଇ ସିଙ୍ଗଡା ବାଡେଇଛନ୍ତି ଭୋଇ ସେବକ। ସେହିପରି ଆସନ୍ତା ୧୫ ତାରିଖ ଦିନ ଭଉଁରୀ ତିଥିରେ ପ୍ରତି ରଥର ଦୁଇଟି ଲେଖାଁଏ ଚକକୁ ଗୋଟିଏ ଲେଖାଏଁ ଅଖରେ ସଂଯୋଗ ପାଇଁ ପରମ୍ପରା ରହିଥିବା ବେଳେ ଏହାକୁ ପାଳନ କରିବା ପାଇଁ ମହାରଣା ସେବକମାନେ ଜୋରସୋରରେଲାଗି ପଡିଛନ୍ତି।

ମାନ୍ୟବର ହାଇକୋର୍ଟ ରଥ ନିର୍ମାଣ କାର୍ଯ୍ୟ ଜୁନ୍ ୨୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.