Home ଓଡ଼ିଶା ପୁରୀ ଜିଲ୍ଲାରୁ ୯୦ ଜଣ ପଜେଟିଭ୍ ଚିହ୍ନଟ – କୋରନା ପାଇଁ ଆଇସିୟୁ ସିଲ୍

ପୁରୀ ଜିଲ୍ଲାରୁ ୯୦ ଜଣ ପଜେଟିଭ୍ ଚିହ୍ନଟ – କୋରନା ପାଇଁ ଆଇସିୟୁ ସିଲ୍

109

ପୁରୀ ୨୫-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସେଥିମଧ୍ୟରୁ ପୁରୀ ପୌରାଚଂଳର ୫ ନଂ, ୭ନଂ, ୧୮ନଂ, ୨୨ନଂ, ୨୫ନଂ, ୨୬ ନଂ, ୩୧ନଂ, ୩୨ନଂ ର ୧୫ ଟି ପଜେଟିଭ୍ କେସ୍ ଚିହ୍ନଟ ଯୋଇଛି। ଏଥିସହ କଣାସ, ଡେଲାଙ୍ଗ, ନିମାପଡା-ପିପିଲିବ୍ଲକ୍‌, ପିପିଲି ଏନ୍‌-ଏ-ସି, ଗୋପ୍‌, କୃଷ୍ଣପ୍ରସାଦ, ପୁରୀ ସଦର ଅଚଂଳର ୭୫ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ୯୦ ଜଣ ଙ୍କ ମଧ୍ୟରୁ ୩୮ ଜଣ ବିଭିନ୍ନ ରାଜ୍ୟର ହଟ୍‌ସ୍ପଟ୍ ଅଚଂଳରୁ ଆସିଛନ୍ତି ୩୭ ଜଣଙ୍କୁ ପଜେଟିଭ୍ ସସ୍‌ପେକ୍ଟ୍ ରେ ଟେଷ୍ଟ କରାଯାଇଥିଲା। ଏବଂ ସେମାନଙ୍କ ଏବଂ ସେମାନଙ୍କ ରିପୋଟ୍ ପଜେଟିଭ୍ ଆସିଛି।ପୁରୀ ମୁନିସପାଲଟିର ୧୫ଜଣଙ୍କ ମଧ୍ୟରୁ ୧୪ ଜଣ ଲୋକାଲ୍ କଟାଂକ୍ଟ୍ ଥିବା ବେଳେ ଜଣେ କ୍ୱାରେନଟାଇନ୍ ସେଟଂର ରୁ ପଜେଟିଭ୍ ହୋଇଛନ୍ତି। ତେବେ ପଜେଟିଭ୍ ଚିହ୍ନଟ ସମସ୍ତ ଅଚଂଳକୁ କଟେଂନ୍‌ମେଟଂ ଜୋନ୍ ଘୋଷଣା କରାଯିବା ପାଇଁ ନିଷ୍ପତି ହୋଇଥିବା ବେଳେ ଏନେଇ ବିଧିବଧ ଅର୍ଡର ବାହାର କରାଯାଇଛି। ଅନ୍ୟପଟେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ କୋଭିଡ୍ ଟେଷ୍ଟିଂ ଆରମ୍ଭ ହୋଇଛି। ଜନସାଧାରଣଙ୍କର ସହଯୋଗ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ସମସ୍ତେ କୋଭିଡ୍ ନିୟମ ମାନନ୍ତୁ ଏବଂ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବା ସହ ଜନଗହଳି ନକରିବା ପାଇଁ ବଲୱନ୍ତ ସିଂ ସମସ୍ତଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.