Home ଓଡ଼ିଶା ପୁରୀ ଗୋପର କୁଶଭଦ୍ରା ନଦୀ ନିକଟ ଖଣ୍ଡିଆକୁଦ ଗାଁରେ ଘାଇ : ପୁରୀ ଜିଲ୍ଲାପାଳଙ୍କ ସ୍ଥିତି...

ପୁରୀ ଗୋପର କୁଶଭଦ୍ରା ନଦୀ ନିକଟ ଖଣ୍ଡିଆକୁଦ ଗାଁରେ ଘାଇ : ପୁରୀ ଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ

33

ପୁରୀ ୧୮-୮ (ଓଡ଼ିଆ ପୁଅ) ପୁରୀ ଗୋପର କୁଶଭଦ୍ରା ନଦୀ ନିକଟ ଖଣ୍ଡିଆକୁଦ ଗାଁରେ ଘାଇ ହୋଇଛି। ଫଳରେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ବନ୍ୟା ଜଳ ଏବେ ଗାଁ ମୁହାଁ ହୋଇଛି। ଗୋପ ବ୍ଲକ୍ ର ଗଣେଶ୍ୱରପୁର, ନାଗପୁର ପଞ୍ଚାୟତ ର ୭ରୁ ଅଧିକ ଗାଁ ବନ୍ୟା ଜଳ ଦ୍ଵାରା ପ୍ରଭାବିତ ହେବ। ତେବେ ଘଟଣା ସ୍ଥଳରେ ପୁରୀ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଘାଇ ଉପରେ ସତର୍କ ନଜର ରଖାଯାଇଛି। ଜଳ ସ୍ତର କମିଲେ ତୁରନ୍ତ ମରାମତି କାର୍ଯ୍ୟ ହେବ ବୋଲି ପୁରୀ ଜିଲାପାଳ କହିଛନ୍ତି।
– ବିଜୟ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.