Home ଓଡ଼ିଶା ରଣପୁର ରାଜ୍ୟସ୍ତରୀୟ କପ୍ ଫୁଟ୍‌ବଲ୍‌…….. ଏହି ସ୍ୱତନ୍ତ୍ର ମ୍ୟାଚ୍ ରେ ଭୁବନେଶ୍ୱର ମହିଳା ଦଳ ୩-୦...

ରଣପୁର ରାଜ୍ୟସ୍ତରୀୟ କପ୍ ଫୁଟ୍‌ବଲ୍‌…….. ଏହି ସ୍ୱତନ୍ତ୍ର ମ୍ୟାଚ୍ ରେ ଭୁବନେଶ୍ୱର ମହିଳା ଦଳ ୩-୦ ରେ ବିଜୟୀ

141

ନୟାଗଡ/୧୭/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର କପ୍ ଫୁଟ୍‌ବଲ୍ ୩ୟ ଦିବସଟି ଦୁଇ ମହିଳା ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା । ଏହା ଏକ ଆକର୍ଷଣୀୟ ମ୍ୟାଚ୍ ଥିଲା । ଖୋର୍ଦ୍ଧା ନିଳମାଧବ ସେବା ସଙ୍ଘ ମହିଳା ଦଳ ଓ  ଭୁବନେଶ୍ୱର ଉର୍ମିଳା ଏଫ୍‌.ସି. ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଉର୍ମିଳା ଏଫ୍ ସି ମହିଳା ଦଳ ଖୋର୍ଦ୍ଧା ନିଳ ମାଧବ ସେବା ସଙ୍ଘ ମହିଳା ଦଳକୁ ୩-୦ ଗୋଲ୍ ରେ ହରାଇ ବିଜୟ ଲାଭ କରିଥିଲା । ଭୁବନେଶ୍ୱର ମହିଳା ଦଳକୁ ଚମ୍ପିଆନ୍‌ସିପ୍ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଖୋର୍ଦ୍ଧା ମହିଳା ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ମହିଳା ଦଳର ୧୧ନମ୍ବର ଖେଳାଳି ପ୍ରେମଶିଳା ଲୁଗୁନ୍ କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିବା ସହ ସ୍କୋରର୍ ଭାବରେ ୮୦୦ ଟଙ୍କା ଦର୍ଶକମାନଙ୍କ ତରଫରୁ ପ୍ରଦାନ କରାଯାଇଥିଲା ।

ବିଶେଷତଃ ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ଆବାସିକ ଶତାଧିକ ଛାତ୍ରୀ ଏହି ମହିଳା ଜଣଙ୍କୁ ଉତ୍ସାହିତ କରିଥିଲେ । ରଣପୁର ଏନ.ଏ.ସି ଅଧ୍ୟକ୍ଷା ସବିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଡାଃ. ବୈଦ୍ୟନାଥ ନନ୍ଦ ଓ କାଉନ୍‌ସିଲର୍ ନିଳିମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ମୁଖ୍ୟ ପରିଚାଳକ ଭାବେ ସୁଶାନ୍ତ କୁମାର ବେହେରା ପରିଚାଳନା କରିଥିବା ବେଳେ ଲକ୍ଷ୍ମୀଧର ଚୌଧୁରୀ, ବିଷ୍ଣୁ ପ୍ରସାଦ ମିଶ୍ର ଓ ରୁପେଶ ସେନାପତି ପରିଚାଳନାରେ ସହଯୋଗ କରିଥିଲେ । ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ତରଫରୁ ଇଂ.ଦେବାଶିଷ ପଟ୍ଟନାୟକ, ଉପଦେଷ୍ଟା ନବକିଶୋର ରାୟ ଓ ସ୍ୱରାଜ ମହାନ୍ତି ଏହି ୩ୟ ଦିନ ଖେଳକୁ ଶୃଙ୍ଖଳିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.