Home ଜିଲ୍ଲା ପରିକ୍ରମା ପୁରୀରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ

ପୁରୀରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ

122

ପୁରୀ ୧୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। କରୋନା କଟକଣାରେ କେବଳ ପୋଲିସ ବାହିନୀ କେବଳ ପରେଡରେ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ଦିବସରେ ପରେଡ଼ ଉତ୍ସବକୁ ସଂକୁଚିତ କରିବା ପାଇଁ ହୋମଗାର୍ଡ ବାହିନୀ ଓ ବିଭିନ୍ନ କଲେଜ ତଥା ସ୍କୁଲର ଏନସିସି ଛାତ୍ର ଛାତ୍ରୀ, ସ୍କାଉଟ ଓ ଗାଇଡ଼‌ ପରେଡରେ ଅଂଶଗ୍ରହଣ କରିନଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ମିହିର ପଣ୍ଡା ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସମ୍ବୋଧନ କରିବା ଅବସରରେ ପୁରୀର ପୂଜ୍ୟପୂଜା ମାନଙ୍କ ଦେଶ ପ୍ରେମ ଏବଂ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରାଇଥିଲେ। ପରେଡ଼ ଉତ୍ସବରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଅନେକ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଶା, ଅଙ୍ଗନବାଡ଼ି, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମନ୍ତ୍ରୀ ଓ ଜିଲ୍ଲାପାଳ ବୃକ୍ଷରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.