Home ଓଡ଼ିଶା ରଥଖଳାରେ ରଥ ନିର୍ମାଣ ଜୋର ସୋରରେ ଆଗେଇ ଚାଲିଛି

ରଥଖଳାରେ ରଥ ନିର୍ମାଣ ଜୋର ସୋରରେ ଆଗେଇ ଚାଲିଛି

140

ପୁରୀ, ୨୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ତଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇବିନ୍ଧା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ କରିଛି। ଦେବଦଳନ ରଥର ୧୦ଟି ଚକ ସଂପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ଏକ ଚକରେ ପଇବିନ୍ଧା କାର୍ଯ୍ୟ ଚାଲିଛି। ନନ୍ଦିଘୋଷ ରଥର ୧୧ଟି ଚକ ସଂପୂର୍ଣ୍ଣ ହୋଇ ଦୁଇଟି ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ଚକରେ ପଇ ସଂଯୋଗ ସହ ବିଲେଇ ବାଡିଆ କାର୍ଯ୍ୟ ଚାଲିଛି। ତାଳଧ୍ୱଜ ରଥ ଏବଂ ଦେବଦଳନ ରଥର ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇ ଶେଷ ଅଖଟିର ମାଠେଣୀ କାର୍ଯ୍ୟ ଶେଷ ହୋଇଛି। ତିନିରଥର ଚାରି ନାହାକା କାର୍ଯ୍ୟ ଶେଷ ହୋଇଛି। ପ୍ରତି ରଥର ଦୁଇଟି ଲେଖାଏଁ ଗରଗରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ତିନୋଟି ରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ବାକି ଗୁଜଗୁଡିକରେ ଖୋଦେଇ କାମ ଓ ଅଳଙ୍କାର କାମ ଚାଲିଛି। କରତି ସେବକଙ୍କ ଦ୍ୱାରା ଦୋଳବେଦୀଠାରେ ନନ୍ଦିଘୋଷ ରଥର ଗୟଳ ଚିରଟ କାମ ପୂର୍ବରୁ ବାରିସ କାମ ଚାଲିଛି। ଏହା ପରେ ସୂତାମାପ କରାଯାଇ ଚିରଟ କାର୍ଯ୍ୟ କରାଯିବ। ଦୋଳବେଦୀଠାରେ ଅସ୍ଥାୟୀଶାଳରେଓଝା ସେବକଙ୍କ ଦ୍ୱାରା ତିନିରଥ ପାଇଁ ୨୦ ଏମଏମ ମୋଟେଇର ଅଖ କଂଟା ତିଆରି ଚାଲିଛି। ଯାହାକି ଅଗପାତେନି ଓ ଚୌରସ କଂଟା ଭାବେ ଜଣାଯାଏ। ଅଗପାତେନି କଂଟା ଡିମ୍ବର ବାହ୍ୟ ଅଂଶରେ ଅଖ, ଦଣ୍ଡା ଓ କୁଡୁକାକୁ ଯୋଡିଥାଏ। ସକପଚରର ସ୍ପ୍ରିଂଙ୍ଗଭଳି କାର୍ଯ୍ୟ କରେ। ଚୌରସ କଂଟା ତୁମ୍ବର ଭିତର ଅଂଶ, ଅଖ ଦଣ୍ଡାରେ ବାଡିଆ ଯାଏ। ଅଖ ଦଣ୍ଡାକୁ ଫିକ୍ସ କରେ ଗରଗରା କଂଟା। ଗରଗରା ଉପରେ ଚାରିନାହାକା ଠିଆ ହୁଏ। ଏହା ଦଣ୍ଡା, ଅଖ, ଗରଗରାକୁ ବାନ୍ଧି ରଖେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.