Home ଓଡ଼ିଶା ଲକଡାଉନ ସମୟରେ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ବଂଟନ

ଲକଡାଉନ ସମୟରେ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ବଂଟନ

128

ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ବିଭିନ୍ନ ଯୋଜନାରହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବଂଟନ କରାଯାଉଛି। ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିନସ୍ଥ ୩ଲକ୍ଷ ୪୩ହଜାର ୮୧୬ଟି ପରିବାରକୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୭୨ହଜାର ୧୩୩କ୍ୱିଂଟାଲ ଚାଉଳ ବଂଟନ କରାଯାଇଥିବା ବେଳେ ୩ଲକ୍ଷ ୪୯ହଜାର ୪୧ଟି ପରିବାରଙ୍କୁ ପ୍ରତ୍ୟେକ ୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନା ଅଧିନରେ ଥିବା ୧ଲକ୍ଷ ୯୧ହଜାର ୬୮୨ଜଣ ହିତାଧିକାରୀଙ୍କୁ ୩୯କୋଟି ୪୬ଲକ୍ଷ ୫୬ହଜାର ୫ଶହ ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ସେହିଭଳି ଜିଲ୍ଲାର ୨୦୬୨ଟି ପ୍ରାଥମିକ ଏବଂ ଉଚ୍ଚପ୍ରାଥମି ବିଦ୍ୟାଳୟର ୧ଲକ୍ଷ ୪୪୫ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ପଂଜିକୃତ ଥିବା ୫୩ହଜାର ୩୯୧ଜଣ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ଦେଢ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଏ ପର୍ଯ୍ୟନ୍ତ ପଂଜିକୃତ ୨୭୮୭ଜଣ ରାସ୍ତାକଡ ଦୋକାନୀମାନଙ୍କୁ ପ୍ରତ୍ୟେକ ୩ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.