Home ଜିଲ୍ଲା ପରିକ୍ରମା ପୁରୀରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟ ମାନ ଯାଞ୍ଚ

ପୁରୀରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟ ମାନ ଯାଞ୍ଚ

23

ପୁରୀ, ୦୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍ ପୁରୀ ସହରର ବଡ଼ଶଙ୍ଖ ବଜାର, ଗୁଣ୍ଡିଚା ମନ୍ଦିର, ସ୍ୱର୍ଗଦ୍ୱାର ଆଦି ଅଞ୍ଚଳରେ ଅଚାନକ ଚଢ଼ାଉ କରି ବିଭିନ୍ନ ଦୋକାନରୁ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ଆଜି ସଂଗ୍ରହ କରିଛନ୍ତି। ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରୀ କେନ୍ଦ୍ର, ତେଜରାତି, ଫଳ ଗୋଦାମ, ପନିପରିବା, ମିଠା, ରେସ୍ତୋରାଁ, ରାସ୍ତାକର ଜଳଖିଆ ଆଦି ଅଞ୍ଚଳରେ ଖାଦ୍ୟ ଗୁଣବକ୍ତା ଯାଞ୍ଚ କରିଛନ୍ତି। ଖାଦ୍ୟ ଅନୁପଯୋଗୀ ୧୦ କି.ଗ୍ରା ଖୁଆ ଓ ମିଠା, ୫ କି.ଗ୍ରା ବାସି ଖାଦ୍ୟ କୁ ଜବତ କରିବା ସହ ଏହି ଟିମ ନଷ୍ଟ କରିଛନ୍ତି। ଏଥିସହ ଏହି ଟିମ ବିଭିନ୍ନ ଦୋକାନରୁ ପନିର, ମଇଦା, ଅଟା, ଚିନି, ରିଫାଇନ ତେଲ ଆଦି ଖାଦ୍ୟ ସାମଗ୍ରୀର ମାନ ପରୀକ୍ଷା ପାଇଁ ୧୫ ଟି ନମୁନା ସଂଗ୍ରହ କରିଛନ୍ତି। ଏହି ଟିମରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଭ୍ରମର ବା ଜେନା, ସୁଶାନ୍ତ ଜେନା, ଶକ୍ତି ପ୍ରସାଦ ଘୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.