Home Top News ତିନି ବର୍ଷର ଶୁଶୁ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରି ଯୁବକ ଗିରଫ

ତିନି ବର୍ଷର ଶୁଶୁ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରି ଯୁବକ ଗିରଫ

134

ବଲାଙ୍ଗୀର ୦୯-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗିର ସହରରେ ଜଣେ ଶିଶୁ ସହ ଯୌନ ସମ୍ପର୍କ ସ୍ଥାପନ କରିଥିବା ଘଟଣା ନେଇ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି। ଜଣେ ୩ ବର୍ଷର ଶିଶୁଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବା ନେଇ ଉତ୍ତରପ୍ରଦେଶର ଅବନିଶ ନାଏକ(୧୯) ନାମକ ଜଣେ ଯୁବକ ଜଣାପଡିଛି। ଏହି ଘଟଣା କୁ ନେଇ ବଲାଙ୍ଗିରରେ ତୀଵ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଅବନିଶଙ୍କ ଭଉଣୀ ଓ ଭିଣୋଇ ବଲାଙ୍ଗିରରେ ରହି ଚୁଡି ବ୍ୟବସାୟ କରିଥାନ୍ତି। ସେମାନେ ସହରରେ ଏକ ଭଡା ଘର ନେଇ ରହୁଛନ୍ତି। ତେବେ ଅବନିଶ କିଛି ଦିନ ହେଲା ବଲାଙ୍ଗିର ବୁଲିବାକୁ ଆସି ତାର ଭଉଣୀ ଘରେ ରହୁଥିଲା। ଉଭଣୀ ଭଡା ରହୁଥିବା ଘରର ମାଲିକଙ୍କ ୩ ବର୍ଷ ଶିଶୁ ସହିତ ଅବନିଶ ମିଳାମିଶା କରୁଥିଲା। ଘରେ କେହି ନଥିବାରୁ ସୁଯୋଗ ନେଇ ଅବନିଶ ଖେଳୁଥିବା ଶିଶୁକୁ ଘର ଭିତରକୁ ନେଇ ଅପ୍ରାକୃତ ଯୌନ ସମ୍ପର୍କ ରଖିଥିଲା। ତେବେ ଶିଶୁଟି କାନ୍ଦିବାରୁ ଅବନିଶ ଫେରାର ହୋଇ ଯାଇଥିଲା। ଶିଶୁଟି କାନ୍ଦିକାନ୍ଦି ମା’କୁ ଘଟଣା ସମ୍ପର୍କରେ କହିଥିଲା। ଏହାକୁ ନେଇ ପରିବାର ଲୋକେ ଟାଉନଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଓ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.