Home Coronavirus Outbreak ପୁରୀରେ କରୋନା ପଜେଟିଭ ସଂଖ୍ୟା ୪୫ ରେ ପହଂଚିଲା

ପୁରୀରେ କରୋନା ପଜେଟିଭ ସଂଖ୍ୟା ୪୫ ରେ ପହଂଚିଲା

174

ପୁରୀ, ୨୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲାରେ କରୋନା ପଜେଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଆଜି ସୁଧା ପୁରୀ ଜିଲାରେ କରୋନା ପଜେଟିଭ ଙ୍କ ସଂଖ୍ୟା ୪୫ ରେ ପହଂଚିଚି। ଗତକାଲି ୧୧ ଜଣ ପଜେଟିଭ ଚିହ୍ନଟ ହୋଇଥିଲା ବେଳେ ଆଜି ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛି। ବିଭିନ୍ନ କ୍ୱାରେନଟାଇନ ସେଂଟରରେ ରହୁଥିବା ପ୍ରବାସୀ ମାନଙ୍କ ମଧ୍ୟରୁ କରୋନା ଚିହ୍ନଟ ବାହାରୁଥିବା ଜଣାଯାଇଛି। ପ୍ରଥମରେ ପିପିଲି ରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ରେଣୁକା ଗଳି ରୁ ଚିହ୍ନଟ ହୋଇଥିବା ୨ ଜଣ କରୋନା ପଜେଟିଭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲାରେ ଆକ୍ରାନ୍ତ ଥିବା ପଜେଟିଭ ୪୫ ଜଣଙ୍କ ମଧ୍ୟରୁ ବର୍ତମାନ ସୁଧା ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ରେଣୁକା ଗଳିକୁ କନଟେନମେଂଟ ଜୋନ ଘୋଷଣା କରାଯାଇଥିଲା। ଗତକାଲି ଜିଲା ପ୍ରଶାସନ ଏହି କଟକଣା କୁ ପ୍ରତ୍ୟାହାର କରିନେଇଛି। ବର୍ତମାନ ଜିଲାରେ ୪୧ ଜଣ କରୋନା ପଜେଟିଭ ଚିକିସାôଧିନ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.