Home ଜିଲ୍ଲା ପରିକ୍ରମା ପୁରୀରେ ଆରମ୍ଭ ହେଲା ଅମ୍ଳଜାନ ଫର୍‌ନଲ

ପୁରୀରେ ଆରମ୍ଭ ହେଲା ଅମ୍ଳଜାନ ଫର୍‌ନଲ

33

ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମିଶନ ଓଡ଼ିଶା ଓ ସମର୍ପଣ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଉଦ୍‌ଘାଟନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଭକ୍ତ ଓ ପର୍ଯ୍ୟଟକଙ୍କ ସମେତ ପୁରୀ ସହର ଓ ସଦରର ଲୋକେ ଉପକୃତ ହେବା ସହ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଏହା ଏକ ନୂତନ ଧାରା ସୃଷ୍ଟି କରିବ। ଅମ୍ଳଜାନ ଆବଶ୍ୟକତା କରୁଥିବା ବ୍ୟକ୍ତିମାନେ ୯୮୬୧୮୪୮୮୬୦, ୭୦୦୮୯୧୪୬୬୮ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଉତ୍ସବରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମଧୁସୂଦନ ମିଶ୍ର, ବଦ୍ରି ମିଶ୍ର, ହୋଟେଲ ଆସୋସିଏସନର ସମ୍ପାଦକ ରାଜକିଶୋର ପାତ୍ର, ସମାଜସେବୀ ଚକ୍ରଧର ମିଶ୍ର, ଶିଳ୍ପପତି ଶିବ ସେନାପତି, କୃଷ୍ଣଚନ୍ଦ୍ର ପାତ୍ର, ସୌମ୍ୟ ରଞ୍ଜନ ପାତ୍ର, ଦୀପକ ପାତ୍ର, ସତ୍ୟ ପାତ୍ର, ସନ୍ଦିପ ଜେନା, ମାଧବ ସୁବୁଦ୍ଧି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.