Home କେନ୍ଦୁଝର ଡଅଁରର ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

ଡଅଁରର ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

135

ହାଟଡ଼ିହି, ୧୧ । ୫ : ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ଏଠାରେ ଥିବା ସଂଗରୋଧ କେନ୍ଦ୍ର ମଧ୍ୟରୁ ହାଇସ୍କୁଲରେ ୬ଜଣ, ଏମ.ଇ. ସ୍କୁଲରେ ୬ଜଣ ସୁରଟ ଓ ଚେନାଇ ଫେରନ୍ତା ଥିବାରୁ ଆଜି ପ୍ରଶାସନର ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂ ଓ ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ପଞ୍ଚାୟତରେ ଥିବା ତିନୋଟି ସଂଗରୋଧ କେନ୍ଦ୍ରକୁ ବିଶୋଧନ କରାଯିବା ସହ ପରିସରରେ ଥିବା ପାଇଖାନା, ରାସ୍ତାଘାଟକୁ ବିଶୋଧନ କରାଯାଇଥିଲା । ଏଥିରେ ହାବିଲଦାର କପିଳାଶ ନାୟକ ଆଗ୍ନିକ ମାନଭଞ୍ଜନ ସାହୁ, ଭାବଗ୍ରାହୀ ବେହେରା, ରାକେଶ ସେନାପତି, ଗୋବିନ୍ଦ ଭୋଇ, ମହିମା ଦଳେଇ, ସତ୍ୟବ୍ରତ ବାରିକ ପ୍ରମୁଖ ଆଗ୍ନିକମାନେ ବିଶୋଧନ କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.