Home ଓଡ଼ିଶା ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ରଣପୁର ମହୋତ୍ସବ ଅର୍ଜୁନ୍ ଉଦ୍‌ଘାଟିତ

ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ରଣପୁର ମହୋତ୍ସବ ଅର୍ଜୁନ୍ ଉଦ୍‌ଘାଟିତ

323

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୧-ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ମହୋତ୍ସବ ହେଉଛି ରଣପୁର ମହୋତ୍ସବ ଅର୍ଜୁନ୍ । ସେହି ମହୋତ୍ସବକୁ ନେଇ ସ୍ୱାଧିନତା ଆନ୍ଦୋଳନର ଇତିହାସ ସହ ଗଡଜାତ ଅନ୍ଦୋଳନ ଜନମାନସକୁ ଆନ୍ଦୋଳିତ କରିଥାଏ । ସେହି ରଣପୁର ମହୋତ୍ସବ ଅର୍ଜୁନ୍ ୨୦୨୦ ଜାନୁୟାରୀ ୫ ତାରିଖରେ ଉଦ୍‌ଘାଟିତ ହୋଇଯାଇଅଛି । ପ୍ରଥମ ଦିବସରେ ଗଣ ଦୌଡ,ସହିଦ୍ ଜ୍ୟୋତି ଯାତ୍ରା ମଂଚ ପୂଜା ହୋଇଥିଲା । ସଂଧ୍ୟା ୭ ଘଟିକା ସମୟରେ ମୁଖ୍ୟ ଅତିଥି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୁର୍ବତନ ସାଂସଦ ତଥା ପୁର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ, ରଣପୁର ଏନ୍‌.ଏ.ସି ଅଧ୍ୟକ୍ଷା ସବିତା ଦାସ, ପିପୁଲ୍‌ସ ଫୋରମ୍ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୋବିନ୍ଦ ପଟ୍ଟନାୟକ, ରଣପୁର ଏନ୍‌.ଏ.ସି ନିର୍ବାହୀ ଅଧିକାରୀ ଅର୍ଚ୍ଚନା ନାୟକ, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ମିଶ୍ର, ଆବାହକ ପୁର୍ଣ୍ଣଚନ୍ଦ୍ର ରାୟ ଯୋଗ ଦେଇଥିଲେ । ରଣପୁର ବିଧାୟକ,ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମସ୍ତ ଅତିଥି ଓ ବକ୍ତାମାନେ ରଣପୁର ଇତିହାସ ଉପରେ ଆଲୋକପାତ କରିଥିଲେ । ସ୍ୱାଧୀନତାର ଗଡଜାତ ଆନ୍ଦୋଳନ ସମୟରେ ରଣପୁର ମାଟିର ସହିଦ୍ ଅର୍ଜୁନ୍ ରାଉତ, ସହିଦ୍ ରଘୁନାଥ ମହାନ୍ତି ଓ ସହିଦ୍ ଦିବାକର ପରିଡାଙ୍କର ବଳିଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଓଡିଶା ଭାଷା ଆନ୍ଦୋଳନରେ ସନ୍ଥ ଭକ୍ତଚରଣ ଦାସଙ୍କର ରଚିତ ମନବୋଧ ଚଉତିଶା ଓଡିଆ ଭାଷାକୁ କିପରି ମାନ୍ୟତା ଦେଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବିରଂଚି ନାରାୟଣ ତ୍ରିପାଠୀ ମଂଚ ସଂଚାଳକ ଭାବେ କାର୍ଯ୍ୟ କରିଥିବା ବେଳେ ଶୁଭଶ୍ରୀ ମହାପାତ୍ର ଗୀତ ଗୋବିନ୍ଦ ଗାନ କରିଥିଲେ । ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ପ୍ରଥମ ରଜନୀରେ ଖୋର୍ଦ୍ଧାର ଅଁଳେଇ ପାଇକ ଆଖଡା ଦର୍ଶକଙ୍କ ମନ ମୋହିଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.