Home ଅପରାଧ ପୁଣି ୨୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଟାଉନ୍ ପୁଲିସ୍‌, ୨ ଗିରଫ

ପୁଣି ୨୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଟାଉନ୍ ପୁଲିସ୍‌, ୨ ଗିରଫ

53

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନ ତଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଅର୍ଣ୍ଣପାଳ ଠାରେ ଏମ୍‌ଭି ଚେକିଂ କରୁଥିବା ସମୟରେ ୩ ଜଣ ବାଇକ୍ ଆରୋହୀଙ୍କ ଠାରୁ ୨୧ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ କରିଥିବାବେଳେ ଆଜି ପୁଣି ଭଦ୍ରକ ଟାଉନ୍ ଥାନା ପୁଲିସ୍ ଡାହାଣୀଗଡିଆ ଠାରେ ଏମ୍‌ଭି ଚେକିଂ ସମୟରେ ଏକ ବାଇକ୍ ଆରୋହୀଙ୍କ ଠାରୁ ୨୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସହରାଞ୍ଚଳ ଥାନାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତକାଲି ବିମ୍ବଳିତ ରାତିରେ ଭଦ୍ରକ ସହରାଞ୍ଚଳ ଥାନା ପକ୍ଷରୁ ସହରର ଡାହାଣୀଗଡିଆ ଠାରେ ଏମ୍‌ଭି ଚେକିଂ ଚାଲୁଥିବାବେଳେ ୨ ଜଣ ଯୁବକ ବିନା ହେଲ୍‌ମେଟରେ ଯାଉଥିବାର ଦେଖି ପୁଲିସ୍ ଅଟକାଇଥିଲା। ଏବଂ ପୁଲିସ୍ ସେମାନଙ୍କର ତଲାସି କରି ତାଙ୍କ ନିକଟରୁ ୨୦ ଗ୍ରାମର ବ୍ରାଉନ୍‌ସୁଗାର, ୫୦ ଟି ବ୍ରାଉନସୁଗାର ପେକିଂ ଖାଲି ପୁଡିଆ, ଗୋଟିଏ ମୋଟରସାଇକେଲ୍‌, ଦୁଇଗୋଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୨ ଜଣ ଯୁବକଙ୍କୁ ଥାନା କେଶ୍ ନଂ ୧୮୩/୨୨, ଦଫା ୨୧ (ବି) / ୨୯ ଅଫ୍ ଏନ୍‌ଡିପିଏସ୍ ମୂଳେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲା ଯାଜପୁର ଟାଉନ୍ ଥାନା ଶ୍ରୀରାମପୁର ନିବାସୀ ଦୁର୍ଯ୍ୟୋଧନ ବେହେରାଙ୍କ ପୁତ୍ର ସଂଜୟ କୁମାର (୩୪) ଓ ଏହି ଜିଲା ଭଣ୍ଡାରିପୋଖରୀ ଥାନା ମଠସାହି ଗ୍ରାମର ନବକିଶୋର ପଣ୍ଡାଙ୍କ ପୁତ୍ର ସତ୍ୟଜିତ୍ ପଣ୍ଡା (୨୩)। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେଥିପାଇଁ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.