Home ଜିଲ୍ଲା ପରିକ୍ରମା ମନ୍ତେଇ ନଦୀରେ ନିର୍ମାଣଧୀନ ବାଂଶଡା ସେତୁ ପରିଦର୍ଶନରେ ଭଦ୍ରକ ଜିଲାପାଳ, ଖୁବ ଶୀଘ୍ର ଶେଷ ହେବ...

ମନ୍ତେଇ ନଦୀରେ ନିର୍ମାଣଧୀନ ବାଂଶଡା ସେତୁ ପରିଦର୍ଶନରେ ଭଦ୍ରକ ଜିଲାପାଳ, ଖୁବ ଶୀଘ୍ର ଶେଷ ହେବ ବୋଲି ଅଂଚଳବାସୀଙ୍କୁ ଆଶ୍ୱାସନା

54

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳବାସୀଙ୍କୁ ରାଜ୍ୟ ସରକାର ଦିନ ପରେ ଦିନ ଗଡେଇ ଦୀର୍ଘ ୮ବର୍ଷ ହେବ ବାଂଶଡା ଠାରେ ମନ୍ତେଇ ନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ବାଂଶଡା ଅଂଚଳରେ ନିର୍ମାଣଧୀନ ଏହି ସେତୁ ପରିଦର୍ଶନରେ ଆସି ନିଜର ଖୁସି ଜାହିରୀ କରିବା ସହ ଖୁବ ଶୀଘ୍ର ନିର୍ମାଣଧୀନ ଏହି ସେତୁ ୨ମାସ ମଧ୍ୟରେ ଯାତାୟତ ଉପଯୋଗୀ ହୋଇ ପାରିବ ବୋଲି ମତପୋଷଣ କରିଛନ୍ତି।ଦୀର୍ଘ ୮ବର୍ଷ ଧରି ବାଂଶଡା ଠାରେ ମନ୍ତେଇ ନଦୀ ଉପରେ ନିର୍ମାଣଧୀନ ସେତୁ କେବେ ଶେଷ ହେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଥିବା ବେଳେ ୨୦୧୪ ମସିହା ସୁଦ୍ଧା ୧୪ଥର ଟେଣ୍ଡର ବାତିଲ ହୋଇ ୨୦୧୫ ମସିହାରେ ୧୫ତମ ଟେଣ୍ଡରରେ ଏହି ସେତୁ ଟର୍ଣ କି ଭିତିରେ ୨୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ସିଙ୍ଗଲା କନଷ୍ଟ୍ରକଶନ କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିଲେ। ୨୦୧୫ ମସିହାରେ ଏହୁ ସେତୁ ନିର୍ମାଣ ଆରମ୍ଭ ହେବାର କିଛି ଦିନ ମଧ୍ୟରେ ନକ୍ସା ଭୁଲ ହୋଇଥିବାରୁ ନଦୀ ମଧ୍ୟରେ ନିର୍ମାଣଧୀନ ଥିବା ୨ଟି ଖୁମ୍ବ ମଧ୍ୟରୁ ଗୋଟିଏ ଖୁମ୍ବ ଗଡି ପଡିଥିଲା। ଆଜକୁ ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ ରାଜ୍ୟ ସରକାରଙ୍କ (ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗକୁ)ଦୋଷ ଦେଇ ଚାଲିଥିବା ବେଳେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଉପରକୁ ଦୋଷ ଦେଇ ଅଂଚଳବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ଫଳରେ ଧାମରା ଅଂଚଳବାସୀଙ୍କ ଆଶା ଦିନକୁ ଦିନ କ୍ଷୀଣ ହୋଇ ଯାଇଥିଲା। ଫଳରେ ଅଂଚଳବାସୀ ନିଜର ଭାଗ୍ୟକୁ ନିନ୍ଦା କରି ଚାଲିଥିଲେ।

ମାତ୍ର ଭଦ୍ରକରେ ଜିଲ୍ଲାପାଳ ଭାବେ ତ୍ରିଲୋଚନ ମାଝୀ ଯୋଗ ଦେବା ପରେ ପ୍ରତିମାସ ଏହି ସେତୁ ପରିଦର୍ଶନରେ ଆସିବା ସହ କିଭଳି ଭାବେ ଏହି ସେତୁର ଆପ୍ରୋଚ ରୋଡ ନିର୍ମାଣ କରିହେବ ଏବଂ ଏ ନେଇ ଥିବା ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ସେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାରଙ୍କୁ ଦାୟିତ୍ୱ ଦେଇଥିଲେ। ୨ମାସ ସମୟ ମଧ୍ୟରେ ଏହି ଆପ୍ରୋଚ ରୋଡ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି। ଏହି ସେତୁର ମଝି ସ୍ଲାବ ନିର୍ମାଣଧୀନ ଅଛି। ଏହି ଅ।।ପ୍ରୋଚ ରୋଡ ସଂପୂର୍ଣ ନିର୍ମାଣ ହେବା ପରେ ସଂପୃକ୍ତ ସଂସ୍ଥା ଷ୍ଟିଲରେ ଫେବ୍ରିକେସନ କରି ଗାର୍ଡ ଓାଲ ନିର୍ମାଣ କାଯ୍ୟ ଆରମ୍ଭ କରିଛି ବୋଲି ଆଜି ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀର ଅଧିକାରୀ ଏବଂ ରାସ୍ତା ଗୃହ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମତ ରଖିଥିଲେ। ପରେ ୫୦ମିଟର ଲମ୍ବର ମଝି ସ୍ଲାବ ଏବଂ ବକ୍ସ କଲଭଟ ଆସି ଏହି ସେତୁକୁ ପୂର୍ଣାଙ୍ଗ ରୂପ ଦେବ। ଏହି ପୋଲ ନିର୍ମାଣ ପରେ ଅଂଚଳବାସୀଙ୍କୁ କେନ୍ଦ୍ରାପଡା, ଭଦ୍ରକ ଏବଂ କଟକକୁ ସଡକ ପରିବହନରେ ସମୟ ଅପଚୟକୁ ରୋକାଯାଇ ପାରିଥାନ୍ତା ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି। ଏହି ପୋଲ ନିର୍ମାଣ କାର୍ଯ୍ୟ ଡିସେମ୍ବର ନଚେତ ମାର୍ଚ ୨୦୨୦ ସୁଦ୍ଧା ସରିଯିବ ବୋଲି କେବଳ ପ୍ରଶାସନିକ ଅଧିକାରୀ ନୁହନ୍ତି ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଅତି ଦମ୍ଭର ସହ କହିଥିଲେ। ମାତ୍ର ଏହି ବକ୍ତବ୍ୟକୁ ୨ବର୍ଷ ପୂରି ଯାଇଥିବା ବେଳେ ଏହି ସେତୁ କାର୍ଯ୍ୟ ଧୀର ଏବଂ ମନ୍ଥର ଗତିରେ ଆଗେଇ ଚାଲିଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଆସନ୍ତା ୨ମାସ ସୁଦ୍ଧା ଏହି ସେତୁ ଯାତାୟତ ଉପଯୋଗୀ ହୋଇ ପାରିବ ବୋଲି ଦୃଢତାର ସହ ମତ ପୋଷଣ କରିବା ସହ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏହି ସେତୁ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ୧୨୦ ମିଟର ଲମ୍ବ ଏହି ପୋଲର ୨ପଟରେ ପାଦଚଲା ଲୋକଙ୍କ ପାଇଁ ୫୦ମିଟର ଲମ୍ବର ୨ଟି ବକ୍ସ କଲଭର୍ଟ ହେବ। ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ତହସିଲ ସୁପରଭାଇଜର ଦାଶରଥି ଦାସ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର କନିଷ୍ଠଯନ୍ତ୍ରୀ ଚରଣ ସିଂ, କାର୍ଯ୍ୟନିର୍ବାହୀ ଯନ୍ତୀ ପ୍ରମୁଖ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.