Home ଓଡ଼ିଶା ପୁଣି ଲଜ୍ୟା ନାବାଳିକା କୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ଚାନ୍ଦପୁର...

ପୁଣି ଲଜ୍ୟା ନାବାଳିକା କୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ଚାନ୍ଦପୁର ପୋଲିସ ର ଛାନ୍ ଭିନ୍‌

108

ନୟାଗଡ/୨୧/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଖଣ୍ଡିଆବନ୍ଧ ଗ୍ରାମରେ ଗତ ୧୯ ତାରିଖ ଅପରାହ୍ନରେ ଏକ ନାବାଳିକା ଛାତ୍ରୀ କୁ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଛି । ଏ ସର୍ମ୍ପକେ ଚାନ୍ଦପୁର ଥାନା ରଶ୍ମୀ ରଞ୍ଜନ ଦାସ ଖବର ପାଇ ଏକ ମାମଲା ରୁଜୁ କରିବା ସହିତ ପିଡିତା କୁ ଡାକ୍ତରୀ ମାଇନା କରାଇଥିବା ଜଣାପଡିଛି । ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଅଭିଯୁକ୍ତ କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ପିଡିତା ନାବାଳିକା ଖଣ୍ଡଆବନ୍ଧ ଗ୍ରାମର ବିନିତା (ଛଦ୍ମନାମ) ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ଅଭିଯୁକ୍ତ ହେଉଛନ୍ତି ବାରଙ୍ଗଗାଡିଆ ଗ୍ରାମର ପ୍ରେମାନନ୍ଦ ବେହେରା ଓରଫ୍ ମଙ୍ଗୁଳି । ଘଟଣା ରୁ ପ୍ରକାଶ ଗତ ୧୯ ତାରିଖ ଅପରାହ୍ନ ରେ ପିଡିତା ଙ୍କ ମା ଗ୍ରାମ ଯନ୍ତାଳ ଭୋଜି କୁ ଯାଇଥିଲେ । ବାପା ବାହାରେ ସୂତା ମିଲ୍ ରେ କାମ କରନ୍ତି ।

ନାବାଳିକା ପିଡିତା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କକର୍ମ କରିଥିଲା । ପିଡିତା ଙ୍କର ଅତ୍ୟଧିକ ରକ୍ତ ଶ୍ରବ ହୋଇ ଚେତା ଶୂନ୍ୟ ହେବା ସମୟରେ ତାଙ୍କ ମା ଆସି ଘରେ ପହଂଚି ଥିଲେ । ଝିଅ ଠାରୁ ଶୁଣିବା ପରେ ପିଡିତା ର ମା ଅଭିଯୁକ୍ତକୁ ଘରକୁ ଡାକି ପଚାରି ଥିଲେ । ପିଡିତା ର ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଟାଙ୍ଗୀ ସରକାରୀ ଡାକ୍ତରଖାନା ଓ ପରେ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ପୋଲିସ କୁ ଖବର ଦେଲା ପରେ ପୋଲିସ ତନା ଘନା ଜାରି କରିବାରୁ ପିଡିତାର ମା ହୁଲାସ ବଳିଆରସିଂ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଅଭିଯୋଗ ପାଇବା ରେ ବିଳମ୍ବ ଯୋଗୁଁ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ଖୁବ୍‌ଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ଏ ସର୍ମ୍ପକେ ଚମ୍ପାପେଡି ସରପଞ୍ଚ ନିର୍ମଳ କୁମାର ମତଗଜ ସିଂ  ଙ୍କୁ ଯୋଗାଯୋଗ କରିବାରେ କୁହନ୍ତ ଏହା କେବଳ ଆମ୍ଭ ଗାଁ ନୁହଁ ସାରା ଞ୍ଚାୟତ ପାଇଁ ଏକ ଦଃୁଖଦ ଘଟଣା । ଅଭିଯୁକ୍ତ କୁ ତୁରନ୍ତ ଗିରଫ କରାଯାଇ ଫାସୀ ଦଣ୍ଡରେ ଦଣ୍ଡିତ କଲେ ପଞ୍ଚାୟତ ର ଇଜ୍‌ତ ରକ୍ଷା ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.