Home କେନ୍ଦୁଝର ହାଟଡିହିରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ହାଟଡିହିରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

134

ହାଟଡିହି, ୨୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହ ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ହାଟଡିହି ଡାକ୍ତରଖାନାରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବ୍ଲକ ପ୍ରୋଗ୍ରାମ ଅଫିସର ଚନ୍ଦନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଜୟଦେବ ଦାସ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ, ଡାକ୍ତର ସୁଦୀପ୍ତା ପଟ୍ଟନାୟକ, ସିଡିପିଓ ସରସ୍ୱତୀ ସେଠୀ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ନାୟକ, ଚିତ୍ତରଞ୍ଜନ ପାତ୍ର, ଗୌରାଙ୍ଗ ରଣା, କାମପାଳ ନାୟକ ପ୍ରମୁଖ ଯୋଗଦେଇ କୋଭିଡ ଟିକାକରଣ ସମ୍ପର୍କରେ ସୁଚନା ଦେଇଥିଲେ । କରୋନା କବଳରୁ ରକ୍ଷା ପାଇବାପାଇଁ ସଭିଏଁ ଟୀକା ନେବା ଜରୁରୀ ଓ ସୋସିଆଲ ମିଡିଆରେ ଉଠୁଥିବା ଗୁଜବକୁ ବିଶ୍ୱାସ କରିବା ଠିକ ନୁହଁ ବୋଲି ମତବ୍ୟକ୍ତ କରିବା ସହିତ ବିଡିଓ ଶ୍ରୀଯୁକ୍ତ ଦାସ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟବିଭାଗର ର୍ମଚାରୀ ମାନଙ୍କୁ ପ୍ରଥମେ ଟୀକା ଦିଆଯିବାର ଯୋଜନା ଥିବାବେଳେ ସଫେଇ କର୍ମଚାରୀ କାହ୍ନୁ ମୁଖିଙ୍କୁ ଟୀକା ଦିଆଯାଇଥିଲା । ଆଜି ପ୍ରଥମ ଦିନରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ର ଓ ସୋସୋ ପ୍ରାଥମିକ ବିଦ୍ୟାଳୟରେ ଟୀକା ଦିଆଯାଇଛି । ଆସନ୍ତାକାଲି ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ଶାଳଣିଆଁ ଓ ହାଟଡିହିରେ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଥିବା ବିପିଏମ ସୁଚନା ଦେଇଛନ୍ତି । ଶାଳଣିଆଁରେ ଷ୍ଟାଫନର୍ସ ସଂଗୀତା ସାହୁ, ମୁନମୁନସାହୁ ହାଟଡିହିରେ ରୁପ ପ୍ରୀୟଦର୍ଶନୀ ନାୟକ, ମଧୁସ୍ମିତା ଗିରି, ସୋସୋ ଠାରେ ମମତା ମଞ୍ଜରୀ ରାଉତ, ମନୋରମା ସାହୁଟୀକାକରଣ କରିଥିଲେ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୋଟ ୭୫% ଟୀକାକରଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଏମ ପ୍ରଦୀପ ଦାସ, ସ୍ୱାସ୍ଥ୍ୟକର୍ମୀ ରତିକାନ୍ତ ପଣ୍ଡା, ସୁଶାନ୍ତ ଘଡେଇ, ତପୋଧନ ସାହୁ, ମଧୁସ୍ମିତା ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.