Home ଓଡ଼ିଶା ସୁକାନ୍ତ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ସୁକାନ୍ତ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

60

ନୟାଗଡ/୨୧/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାଯ୍ୟ୭)-ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ଏନ୍‌.ଏ.ସି. ର ୧୫ନଂ ୱାର୍ଡ ପାମ୍ପଡା ରେ ଗତ ଜାନୁୟାରୀ ୭ ତାରିଖ ସକାଳୁ ଧାନ ଧୂଷ ଉଡିବା କୁ ନେଇ ମାର୍‌ପିଟ୍ ହୋଇଥିଲା । ଫଳରେ ଗତ ଜାନୁୟାରୀ ୧୪ ତାରିଖ ରେ ସୁକାନ୍ତ ବେହେରା ଭୂବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ସୁକାନ୍ତ ଙ୍କ ଶବ ୧୫ ତାରିଖରେ ପାମ୍ପଡା ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ପାମ୍ପଡା ଛକରେ ପୋଲିସ ର ଅଭିଯୁକ୍ତଙ୍କୁ ଧରିବା ରେ ଅବହେଳା ଅଭିଯୋଗ କରି ରାସ୍ତା ରୋକ କରିଥିଲେ । ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଘଟଣାସ୍ଥଳ ରେ ପହଂଚି ଆନ୍ଦୋଳନକାରୀ ଙ୍କୁ ବୁଝା ଶୁଝା କରିବା ସହ ଅଭିଯୁକ୍ତଙ୍କୁ ୫ ଦିନ ଭିତରେ ଗିରଫ କରାଯିବ ବୋଲି ରାସ୍ତା ରୋକ ହଟିଥିଲା ।

ପୋଲିସ ପ୍ରତିଶୃତି ମୁତାବକ ରଣପୁର ଥାନା ସବ୍ ଇନିସ୍ପେକ୍ଟର ପ୍ରତି ପ୍ରକାଶ ମହାନ୍ତି ଗତ ୨୦ ତାରିଖ ରାତ୍ରୀ ରେ ଚାନ୍ଦପୁର ଥାନା ଏକତାଳ ଗ୍ରାମରୁ ଅଭିଯୁକ୍ତ ଅବିନାଶ ପ୍ରଧାନ ଓରଫ୍ ହୁଲୁମା କୁ ଗିରଫ କରିଥିଲେ । ରଣପୁର କୋର୍ଟ କୁ ଚାଲାଣ କରିବା ପରେ ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦେଇଥିବା ଜଣାପଡିଛି । ଅନ୍ୟତମ ଅଭିଯୁକ୍ତ ସିକନ୍ ପ୍ରଧାନ ଓ ରାଜ କିଶୋର ପ୍ରଧାନ ଫେରାର୍ ଥିବା ଜଣାପଡିଛି । ପ୍ରତିଶୃତି ଅନୁଯାଇ ଅଭିଯୁକ୍ତ ହୁଲୁମା କୁ ଗିରଫ କରିଥିବା ଯୋଗୁଁ ପୋଲିସ ପ୍ରତି ଗ୍ରାମବାସୀ ମାନେ ଆସ୍ଥା ପ୍ରକଟ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.