Home Top News ପୁଣି ରୋଷେଇ ଘର ଉପରେ ମହଁଗା ମାଡ଼ : PNGର ମୂଲ୍ୟରେ ୫.୮୫ ଟଙ୍କା ବୃଦ୍ଧି...

ପୁଣି ରୋଷେଇ ଘର ଉପରେ ମହଁଗା ମାଡ଼ : PNGର ମୂଲ୍ୟରେ ୫.୮୫ ଟଙ୍କା ବୃଦ୍ଧି ପାଇଛି

45

ନୂଆ ଦିଲ୍ଲୀ ୧-୪ (ଓଡ଼ିଆ ପୁଅ) କମରସିଆଲ ଗ୍ୟାସର ମୂଲ୍ୟ ବୃଦ୍ଧି ହେବାର ୨୪ ଘଣ୍ଟା ନପୁରୁଣୁ ସାଧାରଣ ଲୋକଙ୍କ ଉପରେ ପୁଣି ମହଁଗା ମାଡ଼। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସିଏନଜି ମୂଲ୍ୟ ବୃଦ୍ଧି ପରେ ଏବେ ପିଏନଜିର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। କାରଣ ଏହା ରୋଷେଇ ଘରର ବଜେଟକୁ ପ୍ରଭାବିତ କରିବ।

ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) କହିଛି ଯେ ପାଇପ୍ ଯୋଗେ ରୋଷେଇ ଘରେ ପହଞ୍ଚୁଥିବା PNG ର ମୂଲ୍ୟ SCM ପିଛା ୫.୮୫ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମୂଲ୍ୟଗୁଡିକ ଆଜି ଠାରୁ ଅର୍ଥାତ୍ ୦୧ ଏପ୍ରିଲ୍ ୨୦୨୨ ଠାରୁ କାର୍ଯ୍ୟକାରୀ ହୋଇଛି।

ସୂଚନାଯୋଗ୍ୟଯେ, ଆଜିଠାରୁ ୨୨-୨୩ ଆର୍ଥିକ ବର୍ଷ ଆରମ୍ଭ। ବର୍ଷ ଆରମ୍ଭରୁ ଏବେ ଲାଗିଛି ଝଟକା। ପୁଣି ମହଁଗା ମାଡ଼। ଆଜି ସକେଳେ ୧୯ କିଲୋଗ୍ରାମ କମର୍ସିଆଲ LPG ର ମୂଲ୍ୟ ସିଲିଣ୍ଡର ପିଛା ୨୫୦ ଟଙ୍କା ବୃଦ୍ଧି କରାଯାଇତିଲା। ତେବେ ଆଜିଠାରୁ ଏହାର ମୂଲ୍ୟ ୨୨୫୩ ଟଙ୍କା ପ୍ରତି ସିଲିଣ୍ଡର ହେବ। ଅବଶ୍ୟ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ସୂଚନାଯୋଗ୍ୟଯେ, ଗତ ମାର୍ଚ୍ଚ ୨୨ ରେ, ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଦେଶର ବୃହତ୍ତମ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ (ଆଇଓସି) ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରିଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସର ମୂଲ୍ୟ ୨, ୨୫୩ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଏହାର ମୂଲ୍ୟ ୨, ୦୦୩.୫୦ ଟଙ୍କା ଥିଲା। କୋଲକାତାର ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୩୫୧.୫ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଏହାର ମୂଲ୍ୟ ୨, ୦୮୭ ଟଙ୍କା ଥିଲା। ଏହା ବ୍ୟତୀତ ମୁମ୍ବାଇରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ୨, ୨୦୫ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଏହାର ମୂଲ୍ୟ ୧, ୯୯୫ ଟଙ୍କା ଥିଲା। ଅନ୍ୟପକ୍ଷରେ ଚେନ୍ନାଇରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨, ୪୦୬ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଏହାର ମୂଲ୍ୟ ୨୧୩୭.୫ ଟଙ୍କା ଥିଲା। ଭୁବନେଶ୍ୱରରେ ଏହାର ମୂଲ୍ୟ ଏବେ ୨୪୦୧.୫୦ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.