Home Top News କ୍ୟାମେରାମ୍ୟାନ୍ ମାନସ ହତ୍ୟା ଘଟଣା: କେବେ, କେମିତି, କ’ଣ, କିପରି ହୋଇଥିଲା ହତ୍ୟା ଏବଂ ପରର...

କ୍ୟାମେରାମ୍ୟାନ୍ ମାନସ ହତ୍ୟା ଘଟଣା: କେବେ, କେମିତି, କ’ଣ, କିପରି ହୋଇଥିଲା ହତ୍ୟା ଏବଂ ପରର କାହାଣୀ ବଖାଣିଲା ଶର୍ମିଷ୍ଠା

54

ନୟାଗଡ଼ ୦୧/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶାର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା ପର୍ଦାଫାସ୍ ହେବାରେ ଲାଗିଛି। ମୁଖ୍ୟ ଅଭିଯୁକ୍ତା କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଅପରାଧିକ ଶାଖାର ଡି ଏସ୍ ପି କଳ୍ପନା ସାହୁ ମାନସକୁ ହତ୍ୟା ପରେ ପୋତା ଯାଇଥିବା ସ୍ଥଳ ନୂଆକାଟେଣୀ ଗାଁ ରେ ପହଂଚି ଥିବା ଜଣାପଡ଼ିଛି। ଅଭିଯୁକ୍ତା ଶର୍ମିଷ୍ଠା ଶବ ପୋତା ସ୍ଥଳରେ କିପରି ପୋତା ଯାଇଥିଲା ତାହା ଦର୍ଶାଇଥିଲା। ଏଥିରେ ଶରଣକୁଳ ଉପଖଣ୍ଡ ପୋଲିସ ଅଧିକାରୀ କିରଣ ହେମରମ୍, ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଓ ରାଜସ୍ୱ ନିରୀକ୍ଷକ ସହଯୋଗ କରିଥିଲେ। ଶର୍ମିଷ୍ଠାକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଥିଲା। ତେବେ ଶର୍ମିଷ୍ଠା ସମସ୍ତ ତଥ୍ୟ ପୋଲିସ୍ ଆଗରେ ପ୍ରକାଶ କରିବା ସହିତ କିପରି ଅପରାଧ ଘଟିଥିଲା ତାହା ସମ୍ପୂର୍ଣ୍ଣ ବାବରେ ବଖାଣିଛି ଶର୍ମିଷ୍ଠା।

ତେବେ ମିଲିଥିବା ଖବର ଅନୁଯାୟୀ, କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ହତ୍ୟାକରି ମୃତଦେହ ପୋତିଦେଇଥିବା ଶର୍ମିଷ୍ଠା ମାନି ଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଫେବୃଆରୀ ୭ ରେ ମାନସଙ୍କୁ ଶର୍ମିଷ୍ଠା ଏବଂ ସହଯୋଗୀଙ୍କ ସହ ଅପହରଣ କରିଥିଲା। ସେଠାରୁ ଦୟାଲ ଆଶ୍ରମ ଆଣି ମାନସଙ୍କୁ ପିଟିଥିଲେ। ହତ୍ୟାପରେ ୮ତାରିଖ ଦିନ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ମୃତଦେହ ନିଆଯାଇଥିଲା। ୮ତାରିଖ ସନ୍ଧ୍ୟାରେ ରଣପୁର ଅଞ୍ଚଳରେ ମୃତଦେହକୁ ଗାତଖୋଳି ପୋତି ଦେଇଥିଲେ। ଏହା ପରେ ଚଣ୍ଡିଖୋଲ ଯାଇ ପ୍ରମାଣ ନ,୍ଟ କରିବାକୁ ଚେଷ୍ଟା କରିଥିଲେ। ପଲାସପୁରରୁ ଅପହରଣ, ସେଠାରୁ ଦୟାଲ ଆଶ୍ରମରେ ମାଡ଼ ମାରି ହତ୍ୟା ଏବେ ନୂଆକାଟେଣୀରେ ମୃତଦେହ ପୋତିବା ଏହିପରି ସମସ୍ତ ଅପରାଧର ଏକ ପ୍ରକାର ଡେମୋ ଦେଖାଇଥିଲେ ଶର୍ମିଷ୍ଠା।
ଇତି ମଧ୍ୟରେ ଲୋକଙ୍କ ଅସମ୍ଭାଳ ଭିଡ଼ ହୋଇଥିବାରୁ ଲୋକକଥାକୁ ସହିନପାରି କାନ୍ଦି ପକେଇଥିଲେ ଶର୍ମିଷ୍ଠା। କାନ୍ଦି କାନ୍ଦି କରିଥିଲେ ସିନ ରିକ୍ରିଏଟ। ମାନସର ମୃତଦେହ ପୋତିବା ପାଇଁ ୧୦ କିଲୋ ଲୁଣ ମଧ୍ୟ କିଣିଥିଲେ। ଶବକୁ ନେବା ପାଇଁ ଝୋଟ ଅଖା, ସୁତୁଲି ଓ ଗ୍ଲୋବସ ସହ ଗଇଁତି ଫାଉଡ଼ା ମଧ୍ୟ କିଣାଯାଇଥିଲା।

ତେବେ ଏଟି ପ୍ରଶ୍ନ ଉଠୁଛି ମେମୋରୀ ଚିପ ଭିତରେ କ’ଣ ଥିଲା ?
ମାନସ ସ୍ୱାଇଁର ମା’ ଜୟନ୍ତି ସ୍ୱାଇଁ ଓ ସ୍ତ୍ରୀ ଜମୁନା ସ୍ୱାଇଁ ଅପରାଧିକ ଶାଖା ତଦନ୍ତରେ ଅସନ୍ତୋଷ ପ୍ରକଟ କରିଛନ୍ତି। ତାଙ୍କ କହିବା ଅନୁଯାଇ ମେମୋରୀ ଚିପ ଭିତରେ ଏମିତି କିଛି ଗୁଢ ରହସ୍ୟ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ କେଳେଙ୍କେରି ରହିଥିଲା ଯାହାଫଳରେ ମାନସକୁ ହତ୍ୟା କରାଗଲା। ଏହା ମଧ୍ୟରେ ଅନେକ ତଥ୍ୟ ଲୁଚି ରହୁଛି ବୋଲି ସନ୍ଦେହ କରାଯାଉଛି। ଯେଉଁ ମେମୋରୀ ଚିପସ୍ ପାଇଁ ହତ୍ୟା କରାଗଲା ତାହା ଯଦି ଅପରାଧିକ ଶାଖା ଜବତ କରିଛି ତାହା ଲୋକ ଲୋଚନକୁ ଆସିଲେ ଆଉ କିଛି ନେତା ମନ୍ତ୍ରୀ ଧରା ପଡିବା ଆଶାରେ ମେମୋରୀ ଚିପକୁ ଚପା ଯାଉଛି। ମାନସକୁ ଯେଉଁଭଳି କଲବଲ କରି ମାରିଛନ୍ତି ଅପରାଧିମାନଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଉ। ଯାହାଫଳରେ ମାନସର ଆତ୍ମା ଶାନ୍ତି ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.