Home ଅପରାଧ ପୁଣି ରେଭେନ୍ସ।ରୁ ରାଙ୍ଗି ଅଭିଯୋଗ ଆଣିଲେ ଛାତ୍ରୀ

ପୁଣି ରେଭେନ୍ସ।ରୁ ରାଙ୍ଗି ଅଭିଯୋଗ ଆଣିଲେ ଛାତ୍ରୀ

122

କଟକ୧୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଚାତ୍ର-ଛାତ୍ରୀ ମାନେ ରାଙ୍ଗିର ଶିକାର ହୋଇ ମୃତବରଣ କରୁଥିବା ବେଳେ ଏ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଆଣ୍ଟି ରାଙ୍ଗି ସେଲ ଓ ପୁଲିସ କତ୍ତୃପକ୍ଷ ନିରବ ହେବା କାରଣ ବିଶ୍ୱବିଦ୍ୟାଳରେ ଅସାମାଜିକ ମାନଙ୍କ ଦୈାରାତ୍ମ କୁ ବୃଦ୍ଧି କରିବାରେ ସକ୍ଷମ କରାଉଛି ।

 

ଗତ ମାସରେ ଜଣେ ୨ୟ ବର୍ଷ ବ୍ରହ୍ମପୁର ଏମକେଜିସିର ଛାତ୍ର କୁମାର ଅନିକେଶ ବ୍ରହ୍ମପୁର ଏମକେଜିସିରେ ପାଠ ପଢିଲା ବେଳେ ରାଙ୍ଗିହୋଇ ପରିବାରର ଅଭିଯୋଗ ଅନୁଯାଇ କଟକ ଜଗତପୁର ଥାନା ତାଳଦଣ୍ଡା କେନାଲ ଠାରେ ରାଙ୍ଗି କରୁଥବା ପିଲାଙ୍କ ହାତରେ ମୃତ ବରଣ କରି ରାଜ୍ୟ ପୁଳିସ ଠାରୁ ନ୍ୟାୟ ନପାଇ ଓଏଚଆରସିଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଜି ରେଭେନ୍ସାର ଜଣେ ଛାତ୍ରୀ ରାଙ୍ଗିର ଶିକର ହୋଇ ରାଙ୍ଗି କରୁଥିବା ଛାତ୍ର ନିକଟରୁ ମାଡ ଖାଇ  ହତ୍ୟା ଧମକ ଦିଆଯାଇଥିବା ଛାତ୍ରୀ ଜଣକ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଘଟଣାକୁ ୟୁଜିସି ସାଇଟରେ ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟର ଆଣ୍ଟି ରାଙ୍ଗି ସେଲ ଏହାର ତଦନ୍ତ ଆରମ୍ଭ କରିଛି । ଛାତୀଙ୍କ ଜଣକ ଠାରୁ ମିଳିଥିବା ସୂଚନା ଅନୁସାରେ ଛାତ୍ର ଜଣକ ତାଙ୍କୁ ବାରମ୍ୱାର ଏକତରଫା ପ୍ରେମ ନିବେଦନ କରିଆସୁଥିଲେ । ଏଥିରେ ବିଫଳ ହେବା ପରେ ଜୀବନରେ ତାଙ୍କୁ ମାରିଦେବାକୁ ଧମକ ଦେବା ସହିତ ମାଡ ମାରିଛନ୍ତି । ଏହି ଘଟଣା ଏବେ ରାଗିଂ ବିଶ୍ୱବିଦ୍ୟାଳୟରେ ରାଗିଂ ଚର୍ଚ୍ଚା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.