Home Top News ପୁଣି ବଢ଼ିଲା କ୍ଷୀର ମୂଲ୍ୟ – ଦେଶରେ ପଞ୍ଚମ ଧର ପାଇଁ ବଢ଼ିଲା କ୍ଷୀର ଦର...

ପୁଣି ବଢ଼ିଲା କ୍ଷୀର ମୂଲ୍ୟ – ଦେଶରେ ପଞ୍ଚମ ଧର ପାଇଁ ବଢ଼ିଲା କ୍ଷୀର ଦର – ଏବେ ମହଁଗା ହେବ ଖୁଆ, ଘିଅ ଏବଂ ଦହି

141

ନୂଆଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) : ଦରବୃଦ୍ଧି କାରଣରୁ ଦେଶର ଲୋକଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଲାଣି। ପୂର୍ବରୁ କେବଳ ପେଟ୍ରୋଲ ଏବଂ ଡିଜେଲର ଦରବୃଦ୍ଧି କାରଣରୁ ଲୋକମାନେ ଚିନ୍ତିତ ଥିଲେ, କିନ୍ତୁ ଏବେ ଖାଦ୍ୟ ଏବଂ ପାନୀୟ ଏପରିକି କ୍ଷୀର ମଧ୍ୟ ମହଙ୍ଗା ହୋଇଗଲାଣି। ତେବେ ଦିଲ୍ଲୀ ଏବଂ ଏନସିଆରରେ ଥିବା ଦୁଗ୍ଧ ବିକ୍ରେତା ମଦର ଡାଏରୀ ଦୁଗ୍ଧ ଉପରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ମଦର ଡାଏରୀ ନିକଟରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବିକ୍ରି ହେଉଥିବା କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ନୂତନ ମୂଲ୍ୟ ଆଜି ଠାରୁ ଅର୍ଥାତ୍ ୨୭ ଡିସେମ୍ବରରୁ ଲାଗୁ ହୋଇଛି। ଏହା ସାଧାରଣ ଲୋକଙ୍କ ପାଇଁ ଏକ ଝଟକା। ଏହା ଫଳରେ ବର୍ତ୍ତମାନ କ୍ଷୀରରୁ ବଟର, କ୍ରିମ୍ ଏବଂ ଘିଅର ମୂଲ୍ୟ ମଧ୍ୟ ବଢ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.