Home ଅପରାଧ ପୁଣି ଫେରିଛି ସାଇକୋ କିଲର

ପୁଣି ଫେରିଛି ସାଇକୋ କିଲର

240

କଟକ,୨୯/୭,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):  ସିଲଭର ସିଟି କଟକରେ ପୁଣି ସାଇକୋ କିଲରର ଆତଙ୍କ । ଜଣେ ମହିଳାଙ୍କୁ ଟାର୍ଗେଟ କରିଛି ସାଇକୋ କିଲର ।  ଝରକା ଭିତରେ ହାତ ପୁରାଇ ଜଣେ ମହିଳାଙ୍କ ବେକ କାଟି ଦେଇଛି ସାଇକୋ କିଲର । ଆହତ ଅବସ୍ଥାରେ ମହିଳା ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ନାମ ସନ୍ଧ୍ୟାରାଣୀ ବୋଲି ଜଣାପଡିଛି । ଏହା ପୂର୍ବରୁ ସେ ଯେଉଁ ଭଳି ହତ୍ୟାକାଣ୍ଡ କରି ଥିଲା,  ସମାନ ଢ଼ଙ୍ଗରେ ସନ୍ଧ୍ୟାରାଣୀଙ୍କ ମଧ୍ୟ ସେ ଗଳା କାଟିଛି । ଏହାକୁ ନେଇ ଏବେ କଟକବାସୀ ପୁୁୁରା ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୋଲିସ ପାଇଁ ଚ୍ୟାଲେଞ୍ଜ ଏବେ ଦ୍ବିିିିଗୁଣିିତ ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାବେଳେ ସନ୍ଧ୍ୟାରାଣୀ ଘର ଝରକା ପାଖରେ ବସିଥିଲେ । ସେହି ସମୟରେ ଜଣେ ଅଜଣା ଦୁବୃର୍ତ୍ତ ଝରକା ଫାଙ୍କରେ ହାତ ପୂରାଇ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଛି । ପରିବାର ଲୋକ ବାହାରକୁ ଆସି ଦେଖିବାବେଳକୁ ଦୁବୃର୍ତ୍ତ ଫେରାର ହୋଇଯାଇଛି । ମାଲଗୋଦାମ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.