Home ଓଡ଼ିଶା ଆହୁରି ସପ୍ତାହେ

ଆହୁରି ସପ୍ତାହେ

294

ଭୁବନେଶ୍ୱର,୨୯/୭(ଓଡିଆ ପୁଅ/ ପଙ୍କଜିନୀ ନାୟକ): ଲଘୁଚାପ ହେବା ଯୋଗୁଁ ଏବେ ସକ୍ରିୟ ହେବାରେ ଲାଗିଛି ମୌସୁମୀ । ଫଳରେ ଏହା ପ୍ରଭାବରେ ଆହୁରି  ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଜି  ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହା ସହ ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ବ୍ୟତୀତ ୪ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ଯାହା ଭିତରେ  କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସାମିଲ ରହିଛି।  ଆଗାମୀ ୪୮ ଘଣ୍ଟା ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.