Home ଜିଲ୍ଲା ପରିକ୍ରମା ପୁଣି ନୂଆ ୩୬ କରୋନା ଆକ୍ରାନ୍ତ, ମୋଟ ସକ୍ରିୟ ୧୫୫

ପୁଣି ନୂଆ ୩୬ କରୋନା ଆକ୍ରାନ୍ତ, ମୋଟ ସକ୍ରିୟ ୧୫୫

42

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରୁ ପୁଣି ନୂଆ ୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଳାରେ ଆଉ ୧୫୫ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ମୋଟ ୩ଲକ୍ଷ ୨୧ହଜାର ୫୯୯ଜଣଙ୍କ ନମୁନା ପରୀକ୍ଷା ପରେ ୭ହଜାର ୬୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସୁସ୍ଥ ହୋଇଛନ୍ତି ୭ହଜାର ୫୧୫ ଜଣ ସୁସ୍ଥ ହୋଇଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରେ ଭଦ୍ରକ ବ୍ଲକର ୨ଜଣ ବ୍ୟକ୍ତି ଜଣେ ସମ୍ ହସ୍‌ପିଟାଲରୁ ଓ ଅନ୍ୟ ଜଣେ ଏସ୍‌ସିବି ମେଡ଼ିକାଲରୁ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାର ୬ ନଂୱାର୍ଡ ବାଇପାସ୍‌ରୁ ଜଣେ, ୫ ନଂ ୱାର୍ଡ ଚରମ୍ପାରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ସରଗଡ଼ିଆ ଗ୍ରାମରୁ ୧୫ଜଣ, ଚଢେୟା ଗ୍ରାମରୁ ଜଣେ, ଆମ୍ବରୋଳି ଗ୍ରାମରୁ ଜଣେ, କାଟୁଣି ଗ୍ରାମରୁ ଜଣେ, ବଣିଆ ଗ୍ରାମରୁ ଜଣେ, ସିଙ୍ଗିଡା ଗ୍ରାମରୁ ଜଣେ, ଚରମ୍ପାରୁ ୨ଜଣ, ବନ୍ତ ବ୍ଳକର ସନ୍ଦାଡୋ ଗ୍ରାମରୁ ଜଣେ, ସୁଆଁପଡ଼ା ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଳକର ମୌସୁଧା ଫାର୍ଶୀବନ୍ଧ ଗ୍ରାମରୁ ଜଣେ, ଚାନ୍ଦବାଲି ଏନ୍‌ଏସିର ଶାସ୍ତ୍ରୀଘାଟରୁ ଜଣେ, ଧାମନଗର ଏନ୍‌ଏସିର କାଜିମହଲା ଗ୍ରାମରୁ ଜଣେ, ତିହିଡ଼ି ବ୍ଳକର ଆର୍‌ସା ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ନପଙ୍ଗ ପଞ୍ଚାୟତରୁ ଜଣେ, ଅନ୍ୟ ଜିଲା ବାଲେଶ୍ୱରର ସିମୁଳିଆ ବ୍ଲକରୁ ୩ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.