Home ଜିଲ୍ଲା ପରିକ୍ରମା ଶ୍ରରାମ ନବମୀ ମହୋତ୍ସବ – ୨୦୨୧, କରୋନା କଟକଣା ମଧ୍ୟରେ ପାଳନ ହେଲା ଗୋ ମାତା...

ଶ୍ରରାମ ନବମୀ ମହୋତ୍ସବ – ୨୦୨୧, କରୋନା କଟକଣା ମଧ୍ୟରେ ପାଳନ ହେଲା ଗୋ ମାତା ଓ ସାଧୁସନ୍ଥ ପୂଜନ

61

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ବ୍ଳକ ଅନ୍ତର୍ଗତ ଆର୍‌.ଏନ୍‌. ବେତରା ସ୍ଥିତ ରାମ ବଗିଚା ପରିସରରେ ଗୋ ମାତା ଓ ସାଧୁ ସନ୍ଥ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ୩୦ରୁ ଉର୍ଦ୍ଧ୍ୱ ପୂଜ୍ୟ ସାଧୁ ସନ୍ଥ ସନ୍ୟାସୀ ଏବଂ ୨୫ରୁ ଉର୍ଦ୍ଧ୍ୱ ଗୋ ମାତାଙ୍କର ପୂଜନ କରାଯାଇଥିଲା । ପୂର୍ବାହ୍ନରେ ଗାନ୍ଧି ପଡ଼ିଆଠାରେ ଭୂମି ପୂଜନ ସରିବା ପରେ ସାଧୁ ସନ୍ଥଙ୍କୁ ସ୍ୱାଗତ କରି ପୂଜନ ସ୍ଥଳୀ ବେତରାକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧିତ କରାଯାଇଥିଲା । ସାଧୁ ସନ୍ଥମାନଙ୍କ ଦ୍ୱାରା ଗୋ ମାତାଙ୍କୁ ପୂଜନ କରାଯାଇଥିଲା । ଉତ୍କୃଷ୍ଟ ଗୋ ମାତାଙ୍କୁ ଚିହ୍ନଟ କରାଯାଇ ଏହାର ପାଳକଙ୍କୁ ସମ୍ମାନିତ କରାଯିବ ବୋଲି ସମିତି ପକ୍ଷରୁ ନିଷ୍ପତି ନିଆଯାଇଛି । ସାଧୁ ସନ୍ଥମାନେ ବେତରା ଗାଁରେ ପହଞ୍ଚିବା ପରେ ମହିଳାମାନେ ଫୁଲ, ଚନ୍ଦନ ଦେଇ ଶଙ୍ଖ ହୁଳହୁଳି ପକାଇ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସନ୍ଥମାନେ ସଭାରେ ଉପସ୍ଥିତ ରହି ଆର୍ଶିବଚନ ପ୍ରଦାନ କରିବା ସହ ଗୌରବମୟ ଭାରତୀୟ ସଂସ୍କୃତି, ପରମ୍ପରା ଓ ଗୋ-ମାତାଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ସନ୍ଥମାନଙ୍କ ମଧ୍ୟରେ ବୈଷ୍ଣବ ବାବା, ସନ୍ଥ କରୁଣାକର ଭାରତୀ ଗୋସ୍ୱାମୀ, ସନ୍ଥ ସିଦ୍ଧେଶ୍ୱର ବାବା, ସନ୍ଥ ମଣିଭଦ୍ର ବାବା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ସମିତିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ସଭାପତି ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଉପଦେଷ୍ଟା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଉପସଭାପତି ଅମ୍ବିକା ଦାସ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହକୋଷାଧ୍ୟକ୍ଷ ଭଗବାନ ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ପଣ୍ଡା, ଅନ୍ୟତମ ଉପଦେଷ୍ଟା ଡା. ପ୍ରଦୀପ ନାୟକ, ହେମନ୍ତ ପାଢୀ, ଜଗନ୍ନାଥ ଦାଶ, ରଘୁନାଥ ସାହୁ, ତୁଷାର ଦାସ, ସ୍ୱାଧୀନ ସୁନ୍ଦର ଦାସ, ସ୍ୱରୂପାନନ୍ଦ ମହାପାତ୍ର, ସରୋଜ ରାଉତ, ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅମରେଶ ନାୟକ, କମଳାକାନ୍ତ ବେହେରା, ବିଜୟ ଦାସ, ମମତା ବେହେରା, ମାନସ ପଣ୍ଡା, ଆଦିକନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଗୋ ମାତା ଓ ସନ୍ଥ ପୂଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କରୋନା ନିୟମାବଳୀ ମଧ୍ୟରେ ରହି ପାଳନ କରାଯାଇଥିବା ସମିତି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.