Home ଜିଲ୍ଲା ପରିକ୍ରମା ଆମ୍ବେଦକରଙ୍କ ଫଟୋକୁ ଫୋପାଡ଼ିବାକୁ ନେଇ ବିଜେପି ଦଳିତ ସଂଘ ପକ୍ଷରୁ କ୍ଷୋଭ, ୧୧ଜିଲ୍ଳାପାଳ ଅଫିସ ଘେରାଉ

ଆମ୍ବେଦକରଙ୍କ ଫଟୋକୁ ଫୋପାଡ଼ିବାକୁ ନେଇ ବିଜେପି ଦଳିତ ସଂଘ ପକ୍ଷରୁ କ୍ଷୋଭ, ୧୧ଜିଲ୍ଳାପାଳ ଅଫିସ ଘେରାଉ

69

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡ଼ି ଶାସକ ଦଳର କେତେକ ସମର୍ଥକ ବିଭିନ୍ନ ସମୟରେ ଦଳିତମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏପରିକି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ସେମାନେ ମଧ୍ୟ ଆକ୍ରମଣ କରୁଛନ୍ତି । ପ୍ରକାଶ ଥାଉକି ଜଗସିଂହପୁର ଜିଲାରେ ବିଜେଡ଼ି ଶାସକ ଦଳର କେତେକ କର୍ମୀ ଡଃ ବାବାସାହେବ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ କରିଥିବାରୁ ରାଜ୍ୟ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ପକ୍ଷରୁ ଘଟଣାକୁ ଦୃଢ ନିନ୍ଦା କରିବା ସହିତ ପ୍ରତ୍ୟକ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହାକୁ ଭଦ୍ରକ ଜିଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମଧ୍ୟ ସମର୍ଥନ ଜଣାଇ ଘଟଣାକୁ ଘୋର ନିନ୍ଦା କରାଯାଇଛି । ଏନେଇ ଆଜି ଧାମନଗର ବ୍ଲକ ସୋହଡା ପଞ୍ଚାୟତସ୍ଥିତ ବେଦପୁର ଠାରେ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରାଯାଇଛି । ଏହି ପ୍ରତିବାଦରେ ଆସନ୍ତା ୧୧ ତାରିଖ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ଦଳିତ ମୋର୍ଚ୍ଚାର ଜିଲା ସଭାପତି ପ୍ରମୋଦ ସୂତାର, ଅନନ୍ତ ପ୍ରସାଦ ବେହେରା ଓ ରଣଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି କେନ୍ଦ୍ରାପଡା ଜିଲା ଆଳି ନିର୍ବାଚନ ମଣ୍ଡଳୀର ହରିଶ ଚନ୍ଦ୍ର ମଲିକ ତାଙ୍କ ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟରେ ହୋଇଥିବା ଦୁର୍ନିତୀକୁ ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ସମେତ ବିଜେଡି ସମର୍ଥକମାନେ ତାଙ୍କ ଘରେ ପଶି ତାଙ୍କୁ ଏବଂ ପରିବାରବର୍ଗଙ୍କୁ ଆକ୍ରମଣ କରିଥିଲେ । ଏଥିସହ ଜଗସିଂହପୁର ଜିଲାରେ ମନେରେଗା ଟଙ୍କାକୁ ନେଇ ଦଳିତ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଡଃ ଆମ୍ବେଦକରଙ୍କ ଫଟୋ ରଖି ପ୍ରତିବାଦ କରୁଥିବା ବେଳେ ବିଜେଡିର କେତେକ ସମର୍ଥକ ସେଠାରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିବା ସହିତ ଆମ୍ବେଦକରଙ୍କ ଫଟୋକୁ ଫୋପାଡି ଦେଇଥିଲେ । ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଡ. ବିଭୁପ୍ରସାଦ ତରାଇଙ୍କ ନିର୍ଦେଶ କ୍ରମେ ଓଡିଶାର ସମସ୍ତ ଜିଲାରେ ଏହି ଘଟଣାକୁ ବିରୋଧ କରି ମୋର୍ଚ୍ଚା ପକ୍ଷରୁ ଆଗାମୀ ୧୧ ତାରିଖ ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭୋକ୍ଷ କରାଯିବ ବୋଲି ଚେତାବନୀ ଦିଆଯାଇଛି ବୋଲି ଜିଲ୍ଳା ସଭାପତି ଶ୍ରୀ ସୁତାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.