Home ଜିଲ୍ଲା ପରିକ୍ରମା ପୁଣି ଉଠିଲା ତ୍ରୀଶଳପୁର ଠାରେ ଗଳାପୋଲ ଦାବି ଆନ୍ଦୋଳନ ଡାକରା ଦେଲେ ୨ଟି ପଞ୍ଚାୟତର...

ପୁଣି ଉଠିଲା ତ୍ରୀଶଳପୁର ଠାରେ ଗଳାପୋଲ ଦାବି ଆନ୍ଦୋଳନ ଡାକରା ଦେଲେ ୨ଟି ପଞ୍ଚାୟତର ଅଧିବାସୀ

18

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୬ ନମ୍ବର ଜାତୀୟ ରାଜପଥରେ ଚରମ୍ପା ବଜାର ଠାରୁ ୬ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ କୌଣସି ଗୋଟିଏ ଗଳାପୋଲ ବା ଅଣ୍ଡରପାସ ନାହିିଁ। ଉପରୋକ୍ତ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ଓ ଆବଶ୍ୟକତାକୁ ନଜରରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଲୋକାଲ ରୋଡ ନିର୍ମାଣ କରୁଛନ୍ତି। ଯାହାର କୌଣସି ମୂଲ୍ୟ ନାର୍ହି। କାରଣ ୧୬ ନମ୍ବର ଜାତୀୟ ରାଜପଥର ପାଶ୍ୱର୍ରେ ଏହି ୬କିଲୋମିଟର ଦୂରତ୍ୱ ମଧ୍ୟରେ ଥିବା ରାହାଂଜ ପଞ୍ଚାୟତର ଅସୁରା, ବଡଅସୁରା, ପାଳସାହି ତଥା ଚରମ୍ପା ପଞ୍ଚାୟତର ତ୍ରିଶଳପୁର ଗ୍ରାମର ଅଧିବାସୀଙ୍କ ନିକଟରେ ରାସ୍ତା ପାର ପାଇଁ କୌଣସି ବିକଳ୍ପ ନାହିଁ। ତେଣୁ ଏହି ଦୁଇ ପଞ୍ଚାୟତର ପ୍ରାୟ ୬ହଜାରରୁ ଉର୍ଦ୍ଧ୍ୱ ଅଦବବାସୀ ଏହି ଜାତୀୟ ରାଜପଥ ଉପରେ ନିର୍ଭରଶୀଳ। ଚାଷଜମି ହେଉ ବା ବଜାର ଯିବାକୁ ହେଲେ ଏସମସ୍ତ ଲୋକଙ୍କୁ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ବାସ୍ତବ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଥବବାବେଳେ, ଏବେ ଚେତିଛନ୍ତି ଉକ୍ତ ୨ପଞ୍ଚାୟତର ଅଧିବାସୀ। ଏହି ପରିପେକ୍ଷୀରେ ଚରମ୍ପା ପଞ୍ଚାୟତର ସମିତିସଭ୍ୟ ରମେଶ ବାରିକଙ୍କ ନେତୃତ୍ୱରେ ଉପରୋକ୍ତ ଅଞ୍ଚଳବାସୀଙ୍କ ଏକ ମେଳି ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ବଜାରରୁ ରାଣୀତାଲ ମଧ୍ୟରେ ତ୍ରିଶଳପୁର ଛକ ଠାରେ ଏକ ଗଳାପୋଳ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉକ୍ତ ମେଳିରେ ମତପ୍ରକାଶ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ଚରମ୍ପାର ସରପଞ୍ଚ ମୈାନାବତୀ ମଲ୍ଲିକ, ରାହାଞ୍ଜର ପ୍ରାକ୍ତନ ସମିତିସଭ୍ୟ ମଦନ ପରିଡା, ନାଏବ ସରପଞ୍ଚ ଶ୍ରୀକାନ୍ତ ପାତ୍ର, ଗଜେନ୍ଦ୍ର ନାୟକ, ସୁଦର୍ଶନ ଲେଙ୍କା, ଅନାଦି ନାୟକ, ଭରତ ନାୟକ, ଶ୍ରୀକାନ୍ତ କବି, ସୁବ୍ରତ ଲେଙ୍କା, ଗଣେଶ ଦଳାଇଙ୍କ ସମେତ ଉକ୍ତ ତିନି ଗ୍ରାମର ଶତାଧିକ ମହିଳା ଏହି ଅବସରରେ ଉପସ୍ଥିତ ରହି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ଏ ବିଷୟରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ପରେ ଆବ୍ୟାକ ପଡ଼ିଲେ ଆନ୍ଦେଳାତ୍ମକ ପନ୍ଥା ଗ୍ରହଣ କରିବାକୁ ସେବମାନେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଏକ ବର୍ଷ ତଳେ ରାଣୀତାଲ ବିକାଶ ମଞ୍ଚ ଆହ୍ୱାନରେ ଦୀର୍ଘ ଏକମାସ ଧରି ଧାରଣା ଦେବା ପରେ ରାଣୀତାଲ ବଜାର, ହାଇସ୍କୁଲ ପାଖ ଓ ରାହାଞ୍ଜ ଛକରେ ଗଳାପୋଲ ପାଇଁ ସ୍ତିର ହେବା ସହ କାମ ଚାଲୁରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.