Home ଓଡ଼ିଶା ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନେବେ...

ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନେବେ ଦାୟୀତ୍ୱ

868

ନୂଆଦିଲ୍ଲୀ ୩୧ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଆ ପୁଅ ତଥା ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଠାରୁ ନୂତନ ଭାବେ ଗଠିତ ହୋଇଥିବା ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଜାମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୃଥକ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଅନୁଯାୟୀ ବୁଧବାର ମଧ୍ୟରାତ୍ରୀରୁ ଆନୁଷ୍ଠାନିକ ଭାବେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଅଗଷ୍ଟ ୫ ତାରିଖରେ ପାର୍ଲାମେଣ୍ଟରେ ନିଷ୍ପତ୍ତି ନିଆଯାଇଥିଲା। ସେହିଦିନ ରାଜ୍ୟରୁ ୩୭୦ ଧାରା ଉଚ୍ଛେଦ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଆଜି  ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେବେ। ସେହିପରି ରାଧାକ୍ରିଷ୍ଣ ମାଥୁର୍‍ ଲଦାଖ୍‍ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ। ଗୃହମନ୍ତ୍ରାଳୟ ଜମ୍ମୁ ଓ କଶ୍ମୀରକୁ ରାଜ୍ୟରୁ ବଦଳାଇ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି ଏବଂ ସେଠାରୁ ସ୍ଥାୟୀ ବାସିନ୍ଦା ବା ବଂଶାନୁକ୍ରମିକ ବାସିନ୍ଦା ନୀତି ଉଚ୍ଛେଦ କରିଛି। ଏବେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ୟୂନ ୧୦୮ଟି ନୂତନ କେନ୍ଦ୍ରୀୟ ଆଇନ ଲାଗୁ ହେବ। ଆଜି ଅପରାହ୍ଣ ୧୨: ୩୦ ମିନିଟ୍‌ରେ ରାଜଭବନରେ ଆୟୋଜନ କରାଯାଉଥିବା ଶ୍ରୀନଗର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ୍ ତାଙ୍କୁ ଶପଥ ପାଠ କରାଇବେ। ବର୍ତ୍ତମାନ ଦେଶର ରାଜ୍ୟ ସଂଖ୍ୟା ୨୮କୁ ଖସିଆସିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସୁଚନାଯୋଗ୍ୟ-୧୯୫୯ମସିହା ନଭେମ୍ବର ୨୧ ଜନ୍ମ ଗ୍ରହଣ କରିଥିବା ଶ୍ରୀମୁର୍ମୁ ୧୯୮୫  ମସିହାରେ ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଏବଂ ନରେନ୍ଦ୍ର ମୋଦୀ ଗୁଜରାତର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଥିଲେ ତାଙ୍କ ମୁଖ୍ୟ ସଚିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.