Home ଓଡ଼ିଶା ବରିଷ୍ଠ ବାମପନ୍ଥୀ ନେତା ଏବଂ ସିପିଆଇର ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କର ନିଧନ

ବରିଷ୍ଠ ବାମପନ୍ଥୀ ନେତା ଏବଂ ସିପିଆଇର ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କର ନିଧନ

253

ନୂଆ ଦିଲ୍ଲୀ ୩୧-୧୦ (ଓଡ଼ିଆ ପୁଅ) ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ (ସିପିଆଇ) ର ବରିଷ୍ଠ ନେତା ଗୁରୁଦାସ ଦାସଗୁପ୍ତାଙ୍କର ଆଜି ଗୁରିବାରଦିନ ନିଧନ ହୋଇଯାଇଛି। ସେ ୮୩ ବର୍ଷର ଥିଲେ। ଗୁରୁଦାସ ଦାସଗୁପ୍ତା ସର୍ବମୋଟ ୫ ଥର ସାଂସଦ ରହିଥିଲେ ସେଥିମଧ୍ୟରେ ସେ ତିନି ଥର ରାଜ୍ୟସଭାର ସାଂସଦ ଥିଲେ।

୧୯୮୫ ରେ ପ୍ରଥମ ଥର ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ ୨୦୦୪ ଏବଂ ୨୦୦୯ ରେ ସେ ଲୋକସଭା ସାଂସଦ ବନିଥିଲେ। କ୍ରିକେଟ ଏସୋସିଏସନର ସଦସ୍ୟ ମଧ୍ୟ ଥିଲେ।

୧୯୯୪ ରେ ଗୁରୁଦାସ ଦାସଗୁପ୍ତା ତୃତୀୟ ଥର ପାଇଁ ୧୯୯୪ ରାଜ୍ୟସଭା ପହଁଞ୍ଚିଥିଲେ। ଅବଶ୍ୟ ୩ ଥର ରାଜ୍ୟସଭା ସାଂସଦ ରହିବା ପରେ ସେ ୨୦୦୪ ରେ ଲୋକସଭା ନିର୍ବାଚନରେ ବିଜୟଲାଭ କରିଥିଲେ। ସେ ଅର୍ଥ ସମିତି ଏବଂ ପବ୍ଲିକ ଅଣ୍ଡର ଟେକିଂଗ ସମିତିର ସଦସ୍ୟ ମଧ୍ୟ ଥିଲେ।

୨୦୦୪ ପରେ ଗୁରୁଦାସ ଦାସଗୁପ୍ତା ୨୦୦୯ ରେ କ୍ରମାଗତଭାବେ ଦ୍ୱିତୀୟ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ।

ନିଜର ପ୍ରଖର ବାକଚାତୁରୀ ପାଇଁ ଖ୍ୟାତନାମା ଗୁରୁଦାସ ଦାସଗୁପ୍ତାଙ୍କୁ କ୍ରିକେଟ ଏବଂ ରବିନ୍ଦ୍ର ସଂଗୀତରେ ବହୁତ ରୁଚି ଥିଲା। ସେ ବଂଗାଲ କ୍ରିକେଟ ସଂଘ (CAB) ର ସଦସ୍ୟ ଥିଲେ।

ଗୁରୁଦାସ ଦାସଗୁପ୍ତାଙ୍କର ଜନ୍ମ ୩ ନଭେମ୍ବର ୧୯୩୬ କୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.