Home ଓଡ଼ିଶା ପୁଅର ଚିକିତ୍ସା ପାଇଁ ବାପା ଜିଲାପାଳଙ୍କ ଦ୍ୱାରସ୍ଥ

ପୁଅର ଚିକିତ୍ସା ପାଇଁ ବାପା ଜିଲାପାଳଙ୍କ ଦ୍ୱାରସ୍ଥ

629

କୋରାପୁଟ ;ତା୨୩-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପୁଅର ଆଖିି ଉପରେ ମାଂସ ପିଣ୍ଡୁଳା ବଢି ଚାଲିଥିବାରୁ ତାର ଚିକିତ୍ସା ନିମନ୍ତେ ବାପା ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଟପାଡ ବ୍ଲକ ଗିର୍ଲା ପଂଚାୟତ ଧନପୁର ଗ୍ରାମର କମୋଳ ଲୋଚନ ପୂଜାରୀ ପୁଅ ଦେବେନ୍ଦ୍ର(୧୦)ର ଅବସ୍ଥାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। ଜନ୍ମରୁ ଦେବେନ୍ଦ୍ରର ବାମ ଆଖି ଉପରେ ଛୋଟ ଫୋଟକାଟିଏ ହୋଇଥିଲା କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ତାହା ଅସ୍ୱାଭାବିକ ଭାବେ ବଢି ଚାଲିଛି। ତେଣୁ ସେ ବ୍ୟତିବ୍ୟସ୍ତ ହୋଇ ରାଜ୍ୟ ଓ ରାଜ୍ୟ ବାହାର ଅନେକ ହସ୍ପିଟାଲ ଯାଇ ନିରାଶ ହୋଇ ଫେରିଛନ୍ତି, ତେବେ ପୁଅ ପାଇଁ ଚିନ୍ତିତ ଥିବା କମୋଳ ଲୋଚନ ଅନେକ ଆଶା ରଖି ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଗିର୍ଲା ଗ୍ରାମର କମୋଳ ଲୋଚନ ପୂଜାରୀଙ୍କ ୨ପୁଅ ଗୋଟିଏ ଝିଅ, ତିନି ପୁଅଝିଅଙ୍କ ମଧ୍ୟରୁ ଦେବେନ୍ଦ୍ର ସାନ ଜନ୍ମ ସମୟରେ ବାମ ଆଖିି ଉପରେ ସାମାନ୍ୟ ଏକ ଛୋଟ ଫୋଟକା ଥିଲା। ତେବେ ତାହା ଦେବେନ୍ଦ୍ର ପ୍ରତି ସେପରି କୌଣସି ପ୍ରଭାବ ପକାଇନଥିଲା। ଅନ୍ୟ ଶିଶୁଙ୍କ ଭଳି ୫ବର୍ଷ ବୟସରେ ସେ ମଧ୍ୟ ସ୍ୱାଭାବିକ ଭାବେ ସ୍କୁଲକୁ ଯାଇ ପଢା ଆରମ୍ଭ କରିଥିଲା। ତୃତୀୟ ଶ୍ରେଣୀ ଯାଏ ଦେବେନ୍ଦ୍ର ବିନା ଦ୍ୱିଧାରେ ପଢିଥିଲେ ମଧ୍ୟ ଚତୁର୍ଥ ଶ୍ରେଣୀ ବେଳକୁ ସମସ୍ୟା ଆରମ୍ଭ ହୋଇଥିଲା। ଆଖି ଉପରେ ଥିବା ମାଂସ ପିଣ୍ଡୁଳାଟି ଦୃତ ଗତିରେ ବଢି ଯାଇଥିବାବେଳେ ନାକର ଗୋଟିଏ ପାଖ ବନ୍ଦ ହେବା ସହ ଡାହାଣ ଆଖି ମଧ୍ୟ କେତେକାଂଶରେ ପ୍ରଭାବିତ ହୋଇଛି। ଯାହା ଫଳରେ ଦେବେନ୍ଦ୍ର ଏକ ପ୍ରକାର ଦେଖି ପାରୁନଥିବା କମୋଳ ଲୋଚନ କହିଛନ୍ତି। ଦୁଇ ବର୍ଷ ପୂର୍ବରୁ ଯେତେବେଳେ ମାଂସ ପିଣ୍ଡୁଳା ଅସ୍ୱାଭାବିକ ଭାବେ ବଢିଲା, ତୂରନ୍ତ ସେ କୋରାପୁଟ ଡାକ୍ତରଖାନାରେ ଦେଖାଇଥିଲେ, ପରେ କୋରାପୁଟରୁ କଟକ ଶିଶୁ ଭବନକୁ ନେଇଥିଲେ। ସେଠାରେ କୌଣସି ଚିକିତ୍ସା ନହେବାରୁ ପୁଟ୍ଟପତି ଓ ପରେ ହାଇଦ୍ରାବାଦ ନେଇଥିଲେ। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ପୁଅର ଏପରି ଅବସ୍ଥା ଦେଖି ରହି ନପାରି ପୁଣି ସହାୟତା ପାଇଁ ଜିଲାପାଳଙ୍କ ନିକଟକୁ ଆସିଥିବା କମୋଳ ଲୋଚନ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.