Home କଳାହାଣ୍ଡି ପୀଡିତାର ବୟାନ ଉପରେ ଗଣ ଦୁଷ୍କର୍ମ ଘଟଣା ଭିନ୍ନ ମୋଡ ନେଲା, ଅଭିଯୁକ୍ତ ଡ୍ରାଇଭର କୋର୍ଟ...

ପୀଡିତାର ବୟାନ ଉପରେ ଗଣ ଦୁଷ୍କର୍ମ ଘଟଣା ଭିନ୍ନ ମୋଡ ନେଲା, ଅଭିଯୁକ୍ତ ଡ୍ରାଇଭର କୋର୍ଟ ଚାଲାଣ

191

କଳାହାଣ୍ଡି ୨୮.୦୯.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ବହୁଚର୍ଚ୍ଚିତ କଳାହାଣ୍ଡି ଜାରିଂ ଜଙ୍ଗଲ ମଧ୍ୟରେ ଗଣ ଦୁଷ୍କର୍ମ ଘଟଣା ପୀଡିତାର ବୟାନ ଉପରେ ଭିନ୍ନ ମୋଡ ନେଇଛି । ଏକ ୱେବ ନୁ୍ୟଜ ଚାନେଲରେ ତାଙ୍କୁ ବାଇକରେ ଲିଫ୍ଟ ଦେଇଥିବା ଡ୍ରାଇଭର ହିଁ ଖଳନାୟକ ଏବଂ ଜଙ୍ଗଲ ମଧ୍ୟରେ ସେ ହିଁ ପ୍ରଥମେ ଦୁଷ୍କର୍ମ କରିଥିଲା ବୋଲି ଚାଂଚଲ୍ୟକର ବୟାନ ଦେବା ପରେ ସମଗ୍ର ଘଟଣା ଏକ ନୂତନ ମୋଡ ନେଇଛି । ସମଗ୍ର ରାଜ୍ୟରେ ଏହି ସମ୍ବଦନଶୀଲ ଘଟଣାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ପୀଡିତାକୁ ବାଇକରେ ଲିଫ୍ଟ ଦେଇଥିବା ଡ୍ରାଇଭର ସୁଭଦ୍ରା ବସର ଡ୍ରାଇଭର ଏବଂ ସୁଭଦ୍ରା ବସର ମାଲିକ ପ୍ରବୋଧ ରଥ କଳାହାଣ୍ଡି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ତଥା ଗତ ୨୦୧୯ ସାଧାରଣ ନିର୍ବାଚନରେ ଜୁନାଗଡ ବିଧାନସଭା ନିର୍ବାଚନର ମୂଖ୍ୟ ସଂଯୋଜକ ଥିବା ନେଇ ଏହି ଘଟଣା ସହିତ ବିଜେଡି ଲିଙ୍କ ରହିଥିବା ଭୂବନେଶ୍ୱରରେ ବିଜେପି ରାଜ୍ୟ ସଂପାଦିକା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା ଦୃଷ୍ଟିରୁ ଏହାକୁ ରାଜନୈତିକ ରୂପ ଦିଆ ନଯାଉ,ପେଲିସ ନିଜସ୍ୱ ଦାୟୀତ୍ୱ ସଠିକ ଭାବେ ତୁଳାଉଥିବା ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ପୀଡିତା ପୂର୍ବରୁ ଲଲିନ୍ଦ୍ର ଦୁଷ୍କର୍ମ କରିଥିବା ପୂର୍ବରୁ ପ୍ରକାଶ କରିନଥିବା ବେଳେ ପୀଡିତାର ଅଭିଯୋଗ ଏବଂ ବୟାନ କୁ ଆଧାର କରି ପୋଲିସ ତଦନ୍ତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଶୁକ୍ରବାର ପୀଡିତାର ଗଣମାଧ୍ୟମ ସାମନାରେ ବୟାନ ପ୍ରଚାରିତ ହେବାପରେ ପୋଲିସ ପକ୍ଷରୁ ପୁନଃ ପୀଡିତାର ବୟାନ ସଂଗ୍ରହ କରାଯାଇ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଅଟକ ରଖାଯାଇ ତଦନ୍ତ କରାଯିବା ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପୂର୍ବରୁ ଗୁରବାର ଦିନ ଗଣ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଅମିତ ନାଏକ(୩୦), ଲୁକୁ ଓରଫ ପ୍ରକାଶ ନାଏକ(୨୨), ଶାନ୍ତ ନାଏକ(୨୪), ଲାବାଣ୍ୟ ଛତ୍ରିଆ (୨୧), ଅନିରୁଦ୍ଧ ଚତ୍ରିଆ (୨୨) ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏବଂ ଆଉ ଜଣେ ନାବାଳକକୁ ଜୁଭେନାଇଲ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି । ସେହିପରି ବିନୋଦ ନାଏକ(୩୨), ଟୀକମଣି ପୋଡ(୩୨),ସ୍ୱୟମ୍ବର ବାଗ(୩୦) ଙ୍କୁ ଭିଡିଓ ଭାଇରାଲ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ଶନିବାର ଡ୍ରାଇଭର ଲଳିନ୍ଦ୍ର ଶବରଙ୍କ କୋର୍ଟ ଚାଲାଣ ପରେ ଏହି ଘଟଣାରେ ଦଶ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କଳାହାଣ୍ଡିର କୌଣସି ଓକିଲ ସେମାନଙ୍କ ପାଇଁ ଲଢିବେ ନାହିିଁ ବୋଲି ନିଷ୍ପତି ହୋଇଥିବା ହେତୁ ଓକିଲନାମା କିମ୍ବା ଜାମିନ ଆବେଦନ ଦାଖଲ ହୋଇନଥିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.