Home ଓଡ଼ିଶା ପିସିସି ସଭାପତିଙ୍କୁ ଭଦ୍ରକରେ ଉଛ୍ୱସିତ ସମ୍ବର୍ଦ୍ଧନା

ପିସିସି ସଭାପତିଙ୍କୁ ଭଦ୍ରକରେ ଉଛ୍ୱସିତ ସମ୍ବର୍ଦ୍ଧନା

33

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ନୂତନ ଭାବେ ନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଭଦ୍ରକ ବୀଣା ପେଟ୍ରୋଲ ପମ୍ପ ନିକଟରେ ଭଦ୍ରକ ବିଧାନ ସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ପଟ୍ଟନାୟକ ବାସୁଦେବପୁର ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ସମୟରେ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଆସନ୍ତା ୨୮ ତାରିଖରୁ ଦଳର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହାର ସୁପରିଚାଳନା କରିବା ସହ ତୃଣମୂଳସ୍ତରରେ ରହୁଥିବା ପ୍ରତ୍ୟେକଟି ଲୋକ ସହ ସମ୍ପର୍କ ସ୍ଥାପନ କରିବାକୁ ଶ୍ରୀ ରାଉତ୍ ପରାମର୍ଶ ଦେଇଥିଲେ। ମୟୁରଭଞ୍ଜ ଜିଲ୍ଲାରୁ ଏହି ଜନ ସମ୍ପର୍କ ଯାତ୍ରା ଆରମ୍ଭ ହେବ। ତେବେ ରାଜ୍ୟରେ ଥିବା ନବୀନ ପଟ୍ଟନାୟକଙ୍କ କୁଶାସନ ଦ୍ୱାରା ଓଡିଶାବାସୀ ଅଣ ନିଶ୍ୱାସୀ ହୋଇ ପଡ଼ିଲେଣି। ଚାରିଆଡ଼େ ଦୁର୍ନିତୀ ବ୍ୟାପିଛି। ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁ ନାହିଁ। ତେଣୁ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲାରେ ଚାଲିବ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଅମିତାବାଳା ଆଚାର୍ଯ୍ୟ, ଅଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ପିତବାସ ଧଳ, ସେକ୍ ସିରାଜୁଦ୍ଦିନ, ପାରିଷଦ ଜାହି ଶାହା, ଡା. ରବି ମହାପାତ୍ର, ଏନାମୁଲ ହକ୍‌, ତନଭିର ଖାନ, ହେମନ୍ତ ସାହୁ, ବିଜୟ ବାରିକ, ରଂଜନ ଜେନା, ଟୋନି ଅଲ୍ଲୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.