Home ଓଡ଼ିଶା ଭଦ୍ରକ – ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସର ଧାରଣା, ମୋଦି ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳ...

ଭଦ୍ରକ – ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସର ଧାରଣା, ମୋଦି ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି – ନଳିନୀ

36

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କେନ୍ଦ୍ର ସରକାର ପ୍ରଣୟନ କରିବାକୁ ଯାଉଥିବା ଅଗ୍ନିପଥ ଯୋଜନାକୁ ଦୃଢ଼ ବିରୋଧ କରିଛି ଜାତୀୟ କଂଗ୍ରେସ। ଅଖିଳ ଭାରତ କଂଗ୍ରେସ କମିଟିିର ସୁପାରିଶ ଓ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶରେ ଡାକରାରେ ପ୍ରତ୍ୟେକ ସ୍ଥାନରେ ଅଗ୍ନିପଥ ଯୋଜନା ବିରୋଧରେ ଧାରଣା ଦିଆଯାଇଥିବାବେଳେ, ଭଦ୍ରକ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏହି ଯୋଜନା ବିରୋଧରେ ଭଦ୍ରକ ବିଧାନସଭା କଂଗ୍ର୍ରେସ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତିତ୍ୱ କରିଥିଲେ ଭଦ୍ରକ ବ୍ଳକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ। ଉକ୍ତ ପ୍ରତିବାଦ ସଭାରେ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ କୁମାର ମହାନ୍ତି ଉଦବୋଧନ ଦେଇ ଏହି ଯୋଜନା ଦ୍ୱାରା ଭାରତର ଅଖଣ୍ଡତାକୁ ରକ୍ଷା କରୁଥିବା ସୈନ୍ୟବାହିନୀ ଦୁର୍ବଳ ହେବ। ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପ୍ରତ୍ୟେକ ନିର୍ବାଚନୀ ସଭାରେ ବର୍ଷକୁ ୨କୋଟି ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ। ଯାହାକି ସମ୍ପୂର୍ଣ୍ଣ ମିଛ ସାବ୍ୟସ୍ତ ହୋଇଛି। ମୋଦି ଦେଶର ଯୁବବର୍ଗଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି। ଅଗ୍ନିପଥ ଯୋଜନା ଯୋଗୁଁ ଯୁବବର୍ଗ ଏବେ ଦ୍ୱନ୍ଦରେ ରହିଛନ୍ତି।

ସେମାନଙ୍କ ଭବିଷ୍ୟତ ଅନ୍ଧକାରାଛନ୍ନ ହେବାରେ ଲାଗିଛି। ମୋଦି ସରକାରଙ୍କ ପ୍ରତ୍ୟେକଟି ପ୍ରତିଶ୍ରୁତି ଓ ଘୋଷଣା ଧୂଆଁବାଣରେ ପରିଣତ ହୋଇଛି ବୋଲି ଶ୍ରୀ ମହାନ୍ତି କହିବା ସହ କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଅଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଅମିତାବାଳା ଆଚାର୍ଯ୍ୟ, ଅଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ପିତବାସ ଧଳ, ପାରିଷଦ ଜାହି ଶାହା, ଡା. ରବି ମହାପାତ୍ର, ଏନାମୁଲ ହକ୍‌, ତନଭିର ଖାନ, ହେମନ୍ତ ସାହୁ, ଅବଦୁଲ ସଲାମ, ଗୟାଧର ସେଠୀ, କାଳନ୍ଦୀ ଜେନା, ସେକ ଜଫିରୁଦ୍ଦିନ, ସେକ୍ ସୋଲେମାନ, ବିଜୟ ବାରିକ, ରଂଜନ ଜେନା, ଅମରେନ୍ଦ୍ର ନାୟକ, ଉଜ୍ୱଳ ନାୟକ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଧ୍ୱନୀ ଦେଇଥିଲେ। ପ୍ରଥମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ପ୍ରତିବାଦନ ସଭା ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.