Home ଜିଲ୍ଲା ପରିକ୍ରମା ବାସୁଦେବପୁର ଜନ ଶୁଣାଣିରେ ୩୬ଟି ଅଭିଯୋଗ

ବାସୁଦେବପୁର ଜନ ଶୁଣାଣିରେ ୩୬ଟି ଅଭିଯୋଗ

17

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ବାସୁଦେବପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଜିଲ୍ଲାପାଳ ଓ ଏସ.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ଚରଣ ସିଂ ମୀନା ଏହି ଶିବିରରେ ଯୋଗ ଦେଇ ସମୁଦାୟ ୩୬ଟି ଅଭିଯୋଗ ଶୁଣାଣି କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗ ଦେଇ ଜିଲ୍ଲାପାଳଙ୍କୁ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ। ଶୁଣାଣି କରାଯାଇଥିବା ସମୁଦାୟ ଅଭିଯୋଗ ମଧ୍ୟରେ ୨୬ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିଲାବେଳେ ୧୦ଟି ସାମୂହିକ ସମସ୍ୟା ଭିତ୍ତିକ ଥିଲା। ଚିକିତ୍ସା ସହାୟତା ନେଇ ସାନକୃଷ୍ଣପୁରର କ୍ୟାନସର ରୋଗୀ ଶାନ୍ତିଲତା ନାୟକଙ୍କୁ ୮୦୦୦/- ଟଙ୍କା ଓ ବଚ୍ଛଦାର କମଳିନୀ ଜେନା ଙ୍କୁ ୫୦୦୦/- ଟଙ୍କା ର ସହାୟତା ପ୍ରଦାନ ପାଇଁ ରେଡ଼କ୍ରସରୁ ଜିଲ୍ଲାପାଳଙ୍କ ଦ୍ୱାରା ମଞ୍ଜୁର କରାଯାଇଛି। ଦିବ୍ୟାଙ୍ଗମାନଙ୍କୁ ତିନିଚକିଆ ସାଇକେଲ ଓ ଅନ୍ୟାନ୍ୟ ଉପକରଣ ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଆଗତ ଅଭିଯୋଗ ମଧ୍ୟରେ ଗୃହ ନିର୍ମାଣ ସହାୟତା, ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା, ଜମିଜମା ଗଣ୍ଡଗୋଳରେ ଆପୋଷ ବଣ୍ଟନ, ସୈରାତ ନିଲାମରେ ପୂର୍ବତନ ନିଲାମ ଧାରୀମାନଙ୍କ ବେଦଖଲ ଯୋଗୁଁ ନୂତନ ନିଲାମଧାରୀ ମାନେ ଦଖଲ ନେଇ ନ ପାରିବା ଯୋଗୁଁ ପୋଲିସ ସହାୟତା ପ୍ରଦାନ, ବାସୁଦେବପୁର ପୈାରପାଳିକାର ବିଭିନ୍ନ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟରେ ଫଳକ ନଲାଗିବା, ବାସୁଦେବପୁର ପୈାରପାଳିକାର ବଜାରରେ ବ୍ୟବସାୟୀ ମାନଙ୍କ ଲାଗି ସ୍ୱତନ୍ତ୍ର ଶୈାଚାଳୟ ନିର୍ମାଣ କରାଯିବା, ଗ୍ରାମପଞ୍ଚାୟତ ମାନଙ୍କରେ ବି.ଡ଼ି.ଓଙ୍କ ଦ୍ୱାରା ହେଉଥିବା କାର୍ଯ୍ୟ ଗୁଣାତ୍ମକ ହେଉନଥିବା ଆଦି ଉଲ୍ଲେଖନୀୟ ଥିଲା। ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା, ବାସୁଦେବପୁର ବି.ଡ଼ି.ଓ ସତ୍ୟଜିତ ରାଉତ ପ୍ରମୁଖ ଏହି ଶିବିର ପରିଚାଳନା ଓ ଅଭିଯୋଗ ଉପସ୍ଥାପନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.