Home Top News ପିସିସି ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଚୂଡ଼ାନ୍ତ ପିସିସି ପର୍ଯ୍ୟବେକ୍ଷକ ନିଯୁକ୍ତ

ପିସିସି ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଚୂଡ଼ାନ୍ତ ପିସିସି ପର୍ଯ୍ୟବେକ୍ଷକ ନିଯୁକ୍ତ

23

ଭୁବନେଶ୍ୱର ୧୧.୧୨ (ଓଡ଼ିଆ ପୁଅ) – ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ଯ୍ୟବେକ୍ଷକ ମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ନିଜ ଦାୟିତ୍ୱରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଚଂଳ ଗ୍ରସ୍ତ କରିବେ। ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ ଏବଂ ବୈଠକ ସମ୍ପର୍କରେ ନିଜ ଜିଲ୍ଳାର ନେତୃବୃନ୍ଦ ମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ। ପର୍ଯ୍ୟବେକ୍ଷକ ମାନେ ବ୍ଲକ କମିଟି ଏବଂ ଜିଲ୍ଲା କମିଟିର ପ୍ରସ୍ତାବ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମୟ ଧାର୍ଯ୍ୟ କରିଛନ୍ତି।

ଅନୁଗୋଳ ଜିଲ୍ଲା ପାଇଁ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ପର୍ଯ୍ୟବେକ୍ଷକ ହୋଇଥିବା ବେଳେ ବାଲେଶ୍ୱର- ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ବରଗଡ଼ -ଶ୍ରୀ ରାଜକିଶୋର ଶଡ଼ଙ୍ଗୀ, ଭଦ୍ରକ- ଶ୍ରୀ ଉମାବଲ୍ଲଭ ରଥ, ଭୁବନେଶ୍ୱର- ଶ୍ରୀ ଗଣେଶ୍ୱର ବେହେରା, ବଲାଙ୍ଗୀର- ଶ୍ରୀ ସତ୍ୟଭୂଷଣ ସାହୁ, ବୌଦ୍ଧ- ଡ. ହମିଦ ହୁସେନ, କଟକ- ଶ୍ରୀ ସଂଗ୍ରାମ କେଶରୀ ଜେନା, କଟକ ନଗର- ଡ.ଦେବାଶିଷ ପଟ୍ଟନାୟକ, ଦେଓଗଡ଼- ଶ୍ରୀମତୀ ସସ୍ମିତା ବେହେରା, ଢ଼େଙ୍କାନାଳ- ଶ୍ରୀ ରଜତ ଚୌଧୁରୀ, ଆସ୍କା ସଂସଦୀୟ କ୍ଷେତ୍ର- ଶ୍ରୀ ସପ୍ତଗିରୀ ଉଲ୍ଲାକା, ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୬ଗୋଟି ବିଧାନସଭା କ୍ଷେତ୍ର –ଶ୍ରୀ ଅକ୍ଷୟ କୁମାର ଆଚାର୍ଯ୍ୟ, ଗଜପତି- ଶ୍ରୀ ଶୁଭେନ୍ଦୁ ମହାନ୍ତି, ଜଗତସିଂହପୁର- ଶ୍ରୀ ଭୁଜବଳ ମାଝୀ, ଯାଜପୁର- ଶ୍ରୀ ଜ୍ଞାନଦେବ ବେଉରା, ଝାରସୁଗୁଡ଼ା- ଶ୍ରୀ ଦୁଲାଲ ପ୍ରଧାନ, କଳାହାଣ୍ଡି- ଶ୍ରୀ ସମରେନ୍ଦ୍ର ମିଶ୍ର, କନ୍ଧମାଳ- ଶ୍ରୀ ବିସ୍ମୟ ମହାପାତ୍ର, କେନ୍ଦ୍ରାପଡ଼ା- ଶ୍ରୀ ପଂଚାନନ କାନୁନଗୋ, କେନ୍ଦୁଝର- ଡ. ପ୍ରଫୁଲ ମାଝୀ, ଖୋର୍ଦ୍ଧା- ଶ୍ରୀ ସୁରେଶ ମହାପାତ୍ର, କୋରାପୁଟ- ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ମୟୁରଭଞ୍ଜ ଜିଲ୍ଲାର ସଦର ଓ ଉଦଳା ସବ୍‌-ଡିଭିଜନ- ଶ୍ରୀ ସୁଦର୍ଶନ ଦାସ, ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ରାଇରଙ୍ଗପୁର ସବ୍‌-ଡିଭିଜନ- ଶ୍ରୀ ବିଷ୍ଣୁଚରଣ ବାରିକ, ମାଲକାନଗିରି- ଶ୍ରୀ ଚନ୍ଦ୍ରଶେଖର ମାଝୀ, ନବରଙ୍ଗପୁର- ଶ୍ରୀ ପିତବାସ ପଣ୍ଡା, ନୂଆପଡ଼ା- ଶ୍ରୀ ଚିନ୍ମୟ ସୁନ୍ଦର ଦାସ, ନୟାଗଡ଼- ଶ୍ରୀ ନିଶିକାନ୍ତ ମିଶ୍ର, ପୁରୀ- ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ରାୟଗଡ଼ା- ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ରାଉରକେଲା- ଶ୍ରୀ ପଦ୍ମାକର ଗୁରୁ, ସମ୍ବଲପୁର- ଶ୍ରୀ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସୁବର୍ଣ୍ଣପୁର- ଶ୍ରୀ ମନୋରଞ୍ଜନ ଦାଶ, ସୁନ୍ଦରଗଡ଼- ଶ୍ରୀ ଯଜେ୍ଞଶ୍ୱର ବାବୁ ପ୍ରମୁଖଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.