Home ଜିଲ୍ଲା ପରିକ୍ରମା ପିଲାଚୋର ସନ୍ଦେହରେ ଟ୍ରାଫିକ୍ ପୋଷ୍ଟରେ ବନ୍ଧାହୋଇ ମାଡ ଖାଇଲେ ଯୁବକ

ପିଲାଚୋର ସନ୍ଦେହରେ ଟ୍ରାଫିକ୍ ପୋଷ୍ଟରେ ବନ୍ଧାହୋଇ ମାଡ ଖାଇଲେ ଯୁବକ

49

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକମାନେ ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ତାଙ୍କ ହାତ ଗୋଡକୁ ବାନ୍ଧି ନିସ୍ତୁକ ପିଟିଛନ୍ତି। ଲୋକମାନେ ସହର ମଧ୍ୟରେ ଥିବା ଟ୍ରାଫିକ୍ ପୋଷ୍ଟରେ ଯୁବକଙ୍କୁ ବାନ୍ଧି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକ ଜଣଙ୍କୁ ଉଦ୍ଧାର କରିବା ସହ ଜଣେ ଛୋଟ ପିଲାଟିକୁ ମଧ୍ୟ ଯୁବକଙ୍କ ଠାରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତଛକ ପାଖରେ ସନ୍ଦେହ ଜନକ ଅବସ୍ଥାରେ ଯୁବକ ଜଣକ ଗୋଟିଏ ଛୋଟ ପିଲାଟି ସହ କିଛି କଥା ହେଉଥିଲେ। ଏମିତିକି ପିଲାଟିର ଆଧାର କାର୍ଡ ମାଗିବା ସହ ସାଇକେଲ୍‌ରେ ବସିବା ପାଇଁ ଯୁବକ ଜଣକ ଛୋଟ ପିଲାଟିକୁ କହିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଲୋକ ଯୁବକଙ୍କ ଉପରେ ସନ୍ଦେହ କରିଥିଲେ। ଯୁବକଙ୍କ ଏଭଳି ଆଚରଣକୁ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ପରେ ଲୋକମାନେ ମିଶି ବନ୍ତଛକରେ ଥିବା ଟ୍ରାଫିକ୍ ପୋଷ୍ଟରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିବା ସହ ନାବାଳକଙ୍କୁ ଉଦ୍ଧାର କରିଥିଲେ। ପରେ ଘଟଣାସ୍ଥଳରେ ଟାଉନ୍ ପୁଲିସ୍ ପହଞ୍ôଚ ଯୁବକ ଓ ନାବାଳକକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.