Home ଜିଲ୍ଲା ପରିକ୍ରମା ଭଦ୍ରକ ମୁସଲିମ ଜମାତ ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ “ପ୍ରତିବାଦ ସଭା”...

ଭଦ୍ରକ ମୁସଲିମ ଜମାତ ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ “ପ୍ରତିବାଦ ସଭା” ଅନୁଷ୍ଠିତ, ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଗିରଫ ଦାବି

53

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ମହମ୍ମଦଙ୍କ ସମ୍ବନ୍ଧରେ ବିଜେପିର ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଯାହାଙ୍କ ପାଇଁ ଇସଲାମ ଧର୍ମକୁ ଆକ୍ଷେପ କରି କହିଥିବା ସେହି ଦୁଇ ପ୍ରବକ୍ତାଙ୍କୁ ଗିରଫ କରି ଦଣ୍ଡ ଦିଆଯାଉ ବୋଲି ଭଦ୍ରକ ମୁସଲିମ ଜମାତ ପକ୍ଷରୁ ସାମ୍ବାଦିକ ସମ୍ବିଳନୀରେ ଦାବି କରାଯାଇଛି। ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକ ସହର ସହିତ ସାରା ଭାତରରେ ଏବଂ ବିଶ୍ୱରେ ମଧ୍ୟ ଭାଇଚାରା ନଷ୍ଟ ହୋଇଛି। ଆଜି ଅପରାହ୍ନ ୫ ଘଟିକା ସମୟରେ ମଦିନା ମଇଦାନ ପରିସରରେ ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ଏହି ଦେଶରେ ସବୁ ଧର୍ମକୁ ସମ୍ମାନ ଦିଆଯାଉଛି। ଦୋଷୀଙ୍କ ପ୍ରତି ଯେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ନିକଟକୁ ଦାବିପତ୍ର ଦିଆଯାଇଛି। ଏହି ସମ୍ମିଳନୀରେ ଭଦ୍ରକ ମୁସଲିମ ଜମାତର କାର୍ଯ୍ୟକାରୀ ସଭାପତି ମହମ୍ମଦ ଜକାଉଲ୍ଲା, ସଂପାଦକ ସେକ ଏନାମ ମହମ୍ମଦ, ଯୁଗ୍ମ ସଂପାଦକ ଅବଦୁଲ ମୁକିତ୍ ଖାନ, ଶେଖ ସିରାଜୁଦ୍ଦିନ, ହାଜୀ ଅନୱର ହୋସେନ, ମୁସ୍ତାକ ଗୌହର, ମିଡିଆ ସେଲର ସଂଯୋଜକ ଶେଖ ଅନୱର, ମିର୍ଜା ଏକ୍ରାମ ବେଗ, ଶେଖ ସମଦାନୀ, ଗୋଲାମ ମୋହିଉଦ୍ଦିନ, ମୁକ୍ତାର ଅହେମଦ ରସିଦ, ରେଜାଏ ରସୁଲ, ସବିର ଖାଁ, ହବିବୁଲ୍ଲା ଖାଁ, ଶେରଅଲ୍ଲୀ ଖାଁ, ହାଜି କାଶିମ ଖାନ, ଅସରଫ ଅଲ୍ଲୀ, ସଇଦ ଶାହା, କୟୁମ ଖାଁ ଓ ତନୱିର ଖାଁ ପ୍ରମୁଖ ଯୋଗଦାନ କରି ମନ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.