Home ଜିଲ୍ଲା ପରିକ୍ରମା ‘ରୂପାୟନ’ ପକ୍ଷରୁ ରାଜ୍ୟସ୍ତରୀୟ ରାଜ ମହୋତ୍ସବ

‘ରୂପାୟନ’ ପକ୍ଷରୁ ରାଜ୍ୟସ୍ତରୀୟ ରାଜ ମହୋତ୍ସବ

17

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ରାଜ୍ୟସ୍ତରୀୟ ରଜ ମହୋତ୍ସବ ୨୦୨୨ ପାଳିତ ହୋଇଛି। ଏହି ଅବସରରେ ଦିବସବ୍ୟାପୀ ଦୋଳି, ପୁଚି, ଡିଆଁ ଦଉଡି, ମ୍ୟୁଜିକ୍ ଚେୟାର, ସଂଗୀତ, ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାର ପୁରସ୍କାର ବିତରଣ ଉତ୍ସବରେ ‘ରୂପାୟନ’ ର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ ଅଧ୍ୟକ୍ଷତା କରିଥିବାବେଳେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହର ଉଦ୍‌ଘାଟନ କରିଥିଲେ। ଏବଂ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଧରମାନଙ୍କ ମଧ୍ୟରେ ଭଦ୍ରକର ଲାୟନ୍ସ କ୍ଲବ୍‌ର ସଭାପତି ତଥା ବିଶିଷ୍ଟ ସମାଜସେବୀ ଅଶୋକ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା କବି ପ୍ରମୋଦ ରାୟ, ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ଜାତୀୟ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ, ସାଳନ୍ଦୀ ବିକାଶ ମଂଚର ପ୍ରତାପ ପାଢୀ, ଯଶୋଧାରା ଦାସ, ବାଲେଶ୍ୱର ସଦର ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଅଶୋକ ନାୟକ, ଶକୁନ୍ତଳା ସିଂହ, ଅର୍ଣ୍ଣପୂର୍ଣ୍ଣା ମହନି, ଭୁବନେଶ୍ୱର ରୂପାୟନର ବନଜା ବେହେରା, ବିଧାନ ଚନ୍ଦ୍ର ରାୟ, ଶୋମାରାଣୀ ପାତ୍ର ପ୍ରମୁଖଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଛୋଟ ଛୋଟ ପିଲାମାନଙ୍କ ମନଛୁଆଁ ନୃତ୍ୟ ଓ ଆଦିବାସୀ ମହିଳାଙ୍କ ଝୁମୁରା ନାଚ ସମସ୍ତଙ୍କୁ ବିମୋହିତ କରିଥିଲା।

‘ରୂପାୟନ’ ର ରାଜ୍ୟ ସଭାପତି ଆଶୁତୋଷ ଦାସ, ବାଲେଶ୍ୱର ଜିଲା ସଭାପତି ତାପସ ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି ମହୋତ୍ସବରେ ବହୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ସ୍ଥାନୀୟ କାଉନ୍‌ସିଲର ଦେବାଶିଷ ସିଂ, ସମାଜସେବୀ ଭଗବାନ ମହନୀ, ଜିତେନ୍ଦ୍ର ଉପାଧ୍ୟାୟ, ଗୌତମୀ କର, ବନଜାରାଣୀ କର, ବିନୋଦିନୀ ପାଣିଗ୍ରାହୀ, ଅଜିତ୍ ନାୟକ, ଦମୟନ୍ତିୀ ପଣ୍ଡା, ମୀନାରାଣୀ ପାତ୍ର, ଯଶୋଦା ନନ୍ଦନ, ଭୂଦେବ, ପ୍ରତିମା ପଣ୍ଡା, ଅଂଜଳି ପଣ୍ଡା, ଚିତ୍ରା ପାତ୍ର, ଡ. ହରିଶ ଚନ୍ଦ୍ର ବେହେରା, ବିଜୟ ପାଣିଗ୍ରାହୀ, କବି ଅଭୟ ଦାସ, ଉଦୟ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷା ଶକୁନ୍ତଳା ସିଂ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରିୟବ୍ରତ ସାହୁ, ପ୍ରଦୀପ ଦାସ, ପଦ୍ମିନୀ ଅଧିକାରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିବାବେଳେ ‘ରୂପାୟନ’ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀମତୀ ରାୟ ଜିଲାପାଳଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ରଜପାନ, ପୋଡ ପିଠା, ମିଠା, ପଣସ, ଆମ୍ବ, କଦଳୀ, ଦହିବରା, ଆରସା, କାକରା ଭଳି ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା। ଶେଷରେ ସମାଜସେବୀ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.