Home କେନ୍ଦୁଝର ପିତାନାଉ ଜଂଗଲରେ ଭାଲୁର ମୃତ୍ୟୁ

ପିତାନାଉ ଜଂଗଲରେ ଭାଲୁର ମୃତ୍ୟୁ

34

ହାଟଡ଼ିହି-୨୨/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତ ଦୁଇଦିନ ତଳେ ଗଡବାନ୍ଦଗୋଡାରୁ ଉଦ୍ଧାର କରାଯାଇ ହଦଗଡର ପିତାନାଉ ଜଂଗଲରେ ଛଡାଯାଇଥିବା ମାଈ ଭାଲୁର ମୃତ୍ୟୁ ଘଟିଛି । ଭାଲୁଟି ସେଠାରେ ଦୁଇଦିନ ଉତ୍ପାତ କରିବାପରେ ଜଂଗଲ ବିଭାଗ ପକ୍ଷରୁ ଜାଲ ପକାଯାଇ ତାହାକୁ କାବୁ କରାଯାଇଥିଲା । ମାତ୍ର ଦୁଇଦିନ ଭିତରେ କିପରି ତାହାର ମୃତ୍ୟୁ ଘଟିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତ୍ୟୁର କାରଣ ଅଷ୍ପଷ୍ଟ ରହିଥିବାବେଳେ ଜଂଗଲ ବିଭାଗ ପକ୍ଷରୁ ମୃତଦେହକୁ ପଶୁଡାକ୍ତରଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଥିବା ରେଞ୍ଜର ସୁମିତ ମହାନ୍ତି ସୁଚନା ଦେଇଛନ୍ତି । କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ କାରଣ ସମ୍ପର୍କରେ କିଛି କହିହେବନି ବୋଲି ସେ କହିଛନ୍ତି । ଡିଏଫଓ ଅଜିତ ସତପଥିଙ୍କ ସୁଚନା ଅନୁଯାଇ ଉକ୍ତ ଭାଲୁଟିକୁ ନିଆଯାଇ ହଦଗଡ ଅଭୟାରଣ୍ୟରେ ଛାଡାଯିବାପରେ ଭାଲୁଟି ଠିକ ଠାକେ ଭାବେ ଖିଆପିଆ କରିଥିଲା । ଗତକାଲି ଅପରାହ୍ନରେ ଭାଲୁର ମୃତ୍ୟୁ ଘଟିଥିବା ଜଣାପଡିଥିଲା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.