Home କେନ୍ଦୁଝର ରାଧାଗୋବିନ୍ଦ ମନ୍ଦିରର ୪ର୍ଥ ବାଷିକୋତ୍ସବ

ରାଧାଗୋବିନ୍ଦ ମନ୍ଦିରର ୪ର୍ଥ ବାଷିକୋତ୍ସବ

18

ହାଟଡ଼ିହି-୨୨/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜମ୍ଭରାସ୍ଥିତ ରାଧାଗୋବିନ୍ଦ ମନ୍ଦିିରର ୪ର୍ଥ ବାର୍ଷିକୋତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତି ଓ ସାଗରୀକା ମହାନ୍ତି କର୍ତ୍ତା କର୍ତ୍ତୀ ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ପୁରୁଷୋତ୍ତମ ମହାନ୍ତି, ଶ୍ରୀଧର ମହାନ୍ତି, ଅଶୋକ କୁମାର ପଣ୍ଡା, ନାରାୟଣଚନ୍ଦ୍ର ସେନାପତି, ନଳିନୀକାନ୍ତ ମହାନ୍ତି, ମହେଶ୍ୱର ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ବଳରାମ ମହାନ୍ତି ମହେଶ୍ୱର ମହାନ୍ତି, ସୁଦର୍ଶନ ସାହୁ, ସୁଶାନ୍ତ କୁମାର ଜେନା, ପଙ୍କଜ କୁମାର ବେହେରା, ମୁକେଶ କୁମାର ନାୟକ, ରାଜେଶ କୁମାର ମହାନ୍ତି, ସୌମ୍ୟ ରଞ୍ଜନ ମହାନ୍ତି, ରଜକିଶୋର ପରିଡା, ସ୍ମୃତିରଞ୍ଜନ ରାଉତ, ପବିତ୍ର କୁମାର ରାଉତ, ଆକାଶ କୁମାର ବେହେରା, ସ୍ୱୟଂ ପ୍ରକାଶ ମିଶ୍ର, ଅରୁପ କୁମାର ରାଉତ, ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ,ହେବାସହ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା କଟକ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ପ୍ରସାଦ ସେବନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.