Home କେନ୍ଦୁଝର ଆଦର୍ଶ ଶିକ୍ଷକ ବିଶ୍ୱରଞ୍ଜନଙ୍କୁ ସମାଜସେବା ସମ୍ମାନ

ଆଦର୍ଶ ଶିକ୍ଷକ ବିଶ୍ୱରଞ୍ଜନଙ୍କୁ ସମାଜସେବା ସମ୍ମାନ

38

ହାଟଡ଼ିହି-୨୨/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଧନୁର୍ଜୟପୁର ସରକାରୀ ଉନ୍ନିତ ବିଦ୍ୟାଳୟର ଶିକ୍ଷକ ବିଶ୍ୱରଞ୍ଜନ ବେହେରାଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟପାଇଁ ସମାଜସେବା ସମ୍ମାନ ପ୍ରଦାନ କରାଯାଇଛି । ଉତ୍କଳ କେଶରୀ ଆଗରପଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁଖ୍ୟବକ୍ତା ଭାବେ ପୁର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ କୁମାର ସାମଲ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ବେହେରାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱରଞ୍ଜନ ବେହେରା ବୃତ୍ତିରେ ଜଣେ ଶିକ୍ଷକ ଥିଲେ ମଧ୍ୟ ଅବକାଶ ସମୟରେ ସମାଜର କିପରି ଅଗ୍ରଗତି ହୋଇପାରିବ ସେନେଇ କାର୍ଯ୍ୟ କରିଆସୁଛନ୍ତି । ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ବନମହୋତ୍ସବର ଆୟୋଜନ କରି ବୃକ୍ଷରୋପଣ, ପରିବେଶ ସଚେତନତା, କାର୍ଯ୍ୟକ୍ରମ ମାନ କରିବା ସହ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ,କନ୍ୟାସନ୍ତାନ ସୁରକ୍ଷା, ଜନସଂଖ୍ୟା ନିୟନ୍ତ୍ରଣ ବାଲ୍ୟବିବାହ ଉଚ୍ଛେଦ, ଶିଶୁଶ୍ରମିକ ଉଚ୍ଛେଦ, ଜୈବିକ ସାର ଓ ଜୈବିକ କୀଟନାଶକ ବ୍ୟବହାର ଭଳି କାର୍ଯ୍ୟକ୍ରମ ମାନ କରି ଜନସଚେତନତା ଭଳି କାର୍ଯ୍ୟମାନ କରିଥାନ୍ତି । ସେ ପୁର୍ବରୁ ପ୍ରକୃତିବନ୍ଧୁ, ପ୍ରକୃତିମିତ୍ର ଭଳି ପୁରସ୍କାର ପାଇଥିବାବେଳେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୁର୍ବରୁ ସେ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯିବାପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.