Home ଓଡ଼ିଶା ପିଆରଏମ୍ ମେଡିକାଲ କଲେଜ ଗସ୍ତରେ 5 T ସଚିବ

ପିଆରଏମ୍ ମେଡିକାଲ କଲେଜ ଗସ୍ତରେ 5 T ସଚିବ

295

ବାରିପଦା ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – 5 T କଯ୍ୟକ୍ରମ ର ମୁଖ୍ୟ ସଚିବ ଭି କେ ପଣ୍ଡିଆନଙ୍କ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଗସ୍ତ।ତେବେ ଏହି ଗସ୍ତ କାର୍ଯ୍ୟ କ୍ରମକୁ ଦୃଷ୍ଟିରେ ରଖି ଉଭୟ ମେଡିକାଲ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।ବିଶେଷ କରି ମେଡିକାଲରେ ରଙ୍ଗ ଦେବାଠାରୁ ଆରମ୍ଭ କରି ପରିବେଶକୁ ପରିଷ୍କାର ପରିଛନ୍ନ କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ରାତି ତମାମ କାର୍ଯ୍ୟ କରିଥିଲେ। ଆଜି ହସ୍ପିଟାଲର ପରିଷ୍କାର ଓ ପରିଛନ୍ନତା ଦେଖିଲେ ଲାଗୁଥିଲା ସତେ ଯେମିତି ଏହା ଏକ ବେସରକାରୀ ହସ୍ପିଟାଲ। ରୋଗୀ ମାନଙ୍କ ସେବାରେ ଅନବରତ କାର୍ଯ୍ୟ କରିଚାଲିଥିଲେ ଡାକ୍ତର ଏବଂ କର୍ମଚାରୀ।

ତେବେ ସଚିବ ପଣ୍ଡିଆନ ଅପରାହ୍ନ ୦୪ ଟା ସମୟରେ ମେଡିକାଲ କଲେଜ ପହଞ୍ଚି ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀ ମାନଙ୍କର ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିଥିଲେ। ୨୫ ମିନିଟ କାଳ ହସ୍ପିଟାଲ ପରିଦର୍ଶନ କରିବା ପରେ ସେ ଫେରି ଯାଇଥିଲେ। ତେବେ ସଚିବ ଯିବାପରେ ମେଡିକାଲର ପରିସ୍ଥିତି ଏହିଭଳି ରହିବ ନା ପୁଣି ପୂର୍ବ ସ୍ଥିତିକୁ ଫେରିଯିବ ତାହା ରୋଗୀ ତଥା ଜିଲ୍ଲା ବାସୀଙ୍କ ମନରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.