Home ଓଡ଼ିଶା ପିଆଜର କ୍ରମାଗତ ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପିଆଜର କ୍ରମାଗତ ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

243

ଭୁବନେଶ୍ୱର ୦୨.୧୨ (ଓଡ଼ିଆ ପୁଅ) – ଖୋଲା ବଜାରରେ ପିଆଜର ଦାମ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନଠାରୁ ଆରମ୍ଭ କରି ରାଜମହଲ ଛକ ପର୍ଯ୍ୟନ୍ତ ୪୦ଟଙ୍କା ଦରରେ କଂଗ୍ରେସ ପିଆଜ ବିକ୍ରି କରିଥିଲା।ଉକ୍ତ ଶୋଭଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ନିଖିଳ ଭାରତ କଂଗ୍ରେସ କମିଟିର ଯୁଗ୍ମସଂପାଦକ ଶ୍ରୀଯୁକ୍ତ ଆଦିତ୍ୟ ଶର୍ମା ଯୋଗଦେଇ କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ଓ ରାଜ୍ୟର ବିଜେଡ଼ି ନେତୃତ୍ୱ ନବୀନ ସରକାରଙ୍କ ଜନ ଓ କୃଷକ ମାରଣ ନୀତିଯୋଗୁଁ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀ ଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି କ୍ରମାଗତ ଭାବେ ଜାରୀ ରହିଥିବା ପ୍ରକାଶ କରିଥିଲେ। ଶସ୍ତାରେ ପିଆଜ ମିଳୁଥିବା ହେତୁ ବହୁ କ୍ରେତା ଲମ୍ବା ଲାଇନ ଲଗାଇ ପିଆଜ କିଣୁଥିଲେ। ଦୁଃଖ ଏବଂ ପରିତାପର ବିଷୟ ଭାରତ ସରକାର ୫୨ ହଜାର ମେଟ୍ରିକ ଟନ ପିଆଜକୁ ଗୋଦାମ ଘରେ ସାଇତି ରଖିଥିଲେ କିନ୍ତୁ ତନ୍ମଧ୍ୟରୁ ୨୬ ହଜାର ମେଟ୍ରିକ ଟନ ପିଆଜ ନଷ୍ଟ ବା ପଚିଷଢ଼ି ଯିବାର ଖବର ଖୋଦ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଛେଦିନ ଆସୁଥିବା ଯେଉଁ ବାର୍ତ୍ତା ଦେଇଥିଲେ ତାହା କିଭଳି ଏକ ଭଲଦିନ ଆସି ପଂହଚିଛି ଯେତେବେଳେ କି ସାଧାରଣ ଗରୀବ ପଖାଳଖିଆ ମଣିଷ ଥାଳିରୁ ପିଆଜ ପାଖୁଡ଼ା ମଧ୍ୟ ଉଭାନ ହୋଇଯାଇଛି। ଏ ସରକାର କେବଳ ଡାହା ମିଛ ଏବଂ ଗଣମାଧ୍ୟମରେ ବଂଚି ରହିଥିବାର ସରକାର। ଏ ସରକାର ଭାରତର କୋଟି କୋଟି ଗରିବ ଓ ଖିଟିଖିଆ ନିମ୍ନ ସାଧାରଣ ବର୍ଗ ଲୋକଙ୍କର ଏକ ଜନବିରୋଧି ସରକାର। ଯେଉଁ ପ୍ରଧାନମନ୍ତ୍ରୀ ଭାରତ ବର୍ଷର ଅର୍ଥନୀତିକୁ ୨୦୨୫ ମସିହା ସୁଦ୍ଧା ୫ ଟି୍ରଲିୟନ ଅର୍ଥନୀତି କରିବା ପାଇଁ ଗଣମାଧ୍ୟମରେ ଚିତ୍କାର କରୁଛନ୍ତି କିନ୍ତୁ ସେ ସରକାର ସାମାନ୍ୟ ପିଆଜକୁ ଗଛିତ କରିବାର ବ୍ୟବସ୍ଥାଟି ମଧ୍ୟ କରିପାରୁନାହାନ୍ତି। କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବେଳେ ଆଜି ପିଆଜ ଚାଷୀଟିଏ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟଯୁକ୍ତ ପ୍ରାପ୍ୟ ପାଇଲା ନାହିଁ କିନ୍ତୁ ସରକାରଙ୍କ ପ୍ରୟୋଜିତ ଷଡ଼ଯନ୍ତ୍ର ଯୋଗୁଁ ପିଆଜ ବେପାରୀମାନେ ହଜାର ହଜାର କୋଟି ଟଙ୍କାର ମୁନାଫା କମାଇଲେ କିନ୍ତୁ ସାଧାରଣ ଗରୀବ ଖଟିଖିଆ ମଣିଷ ପକେଟରୁ ଏ ଦିନ ଦ୍ୱିପ୍ରହରେ ପଇସା ଲୁଟିନେଲେ। ବାରମ୍ବାର ଗଣ ମାଧ୍ୟମରେ ବିବୃତି ରଖୁଛନ୍ତି ବିଦେଶରୁ ଆମଦାନୀ କରାଯାଉଛି। ପ୍ରଶ୍ନ ଉଠୁଛି ଦେଶରେ ଆବଶ୍ୟକତା ରୁ ଅଧିକ ପିଆଜ ମହଜୁଦ ଥିବାବେଳେ ବିଦେଶରୁ ଆମଦାନୀ କରିବାର ଆବଶ୍ୟକତା ପଡ଼ିଲା କେଉଁଠୁ। ଦୟାକରି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମନ୍କିବାତ୍ରେ କହିବେକି?

ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗର ମନ୍ତ୍ରୀ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ପ୍ରକୃତରେ କୌଣସୀ ଠାରେ ପିଆଜ ମିଳୁନାହିଁ। ଏ ରାଜ୍ୟ ସରକାର ୨୦ବର୍ଷ ଭିତରେ ପିଆଜ ଏବଂ ଆଳୁ ଉତ୍ପାଦନର ବିକାଶ ପାଇଁ ମିଶନ ଗଠନ କରି ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି କୃଷକମାନଙ୍କୁ ରାହତ୍ ଦେବାବଦଳରେ ରାଜ୍ୟ ରାଜକୋଷକୁ ଲୁଟ୍ କରିବାର ମସୁଧାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି। ଏହି ପ୍ରତିବାଦ ଶୋଭାଯାତ୍ରାରେ ପିଆଜର ଅହେତୁକ ଦରଦାମ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ଠେଲା ଟ୍ରଲି ଗାଡ଼ିରେ ୨କୁ୍ୟଂଟାଲ ରୁ ଅଧିକ ପିଆଜ ସର୍ବସାଧାରଣଙ୍କ ପାଇଁ ବିକ୍ରି କରାଯାଇଥିଲା। କଂଗ୍ରେସ ଦଳର ନେତୃବର୍ଗ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇ କହିଛନ୍ତି ଯେ ଖୁବଶୀଘ୍ର ସୁଲଭ ମୂଲ୍ୟରେ ପିଆଜ ଲୋକମାନଙ୍କୁ ଯୋଗାଇ ଦିଆଯାଉ ନଚେତ ଆସନ୍ତା ଦିନରେ କଂଗ୍ରେସ ରାଜରାସ୍ତାରେ ପ୍ରତିବାଦ କରିବ ଏବଂ ଏ ସରକାରକୁ ଅଚଳ କରିଦେବ। ଏହି ପ୍ରତିବାଦ ଶଭାରେ ସର୍ବଶ୍ରୀ ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ଜେନା, ବନ୍ଦିତା ପରିଡ଼ା, ରାଜୀବ ପଟ୍ଟନାୟକ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ପଦ୍ମାକର ଗୁରୁ, ରଶ୍ମି ମହାପାତ୍ର, ଜ୍ଞାନଦେବ ବେହୁରା, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ଦୀପକ ମହାପାତ୍ର, ସୁବତ୍ର ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଆଶିଷ ମଲ୍ଲିକ, ଶ୍ରୀୟା ମହାନ୍ତି, ସେକ୍ ଆବତାବ ଅଲ୍ଳୀ, ଅଶୋକ ଦାସ, ମୋହନ ଜେନା, ଚିନ୍ମୟ ସୁନ୍ଦର ଦାସ, ଦେଓ ପ୍ରସାଦ, ୟାସିର ନୱାଜ, ରଞ୍ଜିତ ପାତ୍ର, କୁସୁମ ପ୍ରଧାନ, ଗୀତାଞ୍ଜଳି ମହାନ୍ତି, ମନୋଜ ସାହୁ, ରମାକାନ୍ତ ସାହୁ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଲୁଲୁ ଏହମ୍ମଦ, ବିଂରଚି ବାରିକ, ସିପ୍ରା ସେନାପତି, ପ୍ରମେଶ ସାହୁ, କୈଳାସ ସାହୁ, ଦୁର୍ଗା ମାହଲ, ରାଜକିଶୋର ବାରିକ, ସତ୍ୟସ୍ମିତ ମହାନ୍ତି, ରସୀକ ପଟ୍ଟନାୟକ, ସୌମେନ୍ଦ୍ର ମହାନ୍ତି, ଯୋଗୀନାଥ ନାୟକ, ମିହୀର ଆଚାର୍ଯ୍ୟ, ଦେବରାଜ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ସଂକୁନା କହଁର, ପ୍ରଶନ୍ନ ନାୟକ, ଶିବନ ମୁସାରଫ, ସାଗର ରଞ୍ଜନ ପରିଡ଼ା ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.