Home ଜିଲ୍ଲା ପରିକ୍ରମା ପାହାଡରୁ ମିଳିଲା ଗଳିତ ଶବ ହତ୍ୟା ଅଭିଯୋଗ

ପାହାଡରୁ ମିଳିଲା ଗଳିତ ଶବ ହତ୍ୟା ଅଭିଯୋଗ

71

ନୟାଗଡ/୦୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ମାର୍ଚ୍ଚ ୫ ତାରିଖ ସକାଳୁ ରଣପୁର ଉପର ମଣିନାଗ ପଛପଟ ରାସ୍ତାରୁ ଜଣେ ଯୁବକର ଗଳିତ ଶବ ମିଳିଥିଲା। ଶବ ନିକଟରୁ ଯୁବକ ବ୍ୟବହାର କରୁଥିବା ମୋଟର ସାଇକଲେଟି ମଧ୍ୟ ମିଳିଥିଲା। ଯୁବକ ଙ୍କ ହେଉଛନ୍ତି ଚାନ୍ଦପୁର ଥାନା ବାରଙ୍ଗଗାଡିଆ ଗ୍ରାମର ଆଦିତ୍ୟ ମଙ୍ଗରାଜ ଙ୍କ ପୁଅ ଅଶୋକ ମଙ୍ଗରାଜ। ଅଶୋକ ଗାଁ ରେ ଏକ ଛୋଟିଆ ଦୋକାନ କରି ଚଳୁଥିଲେ। ଘରେ ତାଙ୍କର ବାପ, ମା, ସ୍ତ୍ରୀ ଓ ଛୋଟ ଝିଅ ରହିଛନ୍ତି। ସେ ଗତ ୩ ତାରିଖ ଦିନ ୧୧ ଟା ସମୟରୁ ନିଜ ଦୋକାନ ପାଇଁ ସଉଦା ଆଣିବା କହି ରଣପୁର ଆସିଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ଖବର ନ ମିଳିବାରୁ ଗତ ୪ ତାରିଖ ସଂନ୍ଧ୍ୟାରେ ଥାନାରେ ଅଭିଯୋଗ କରି ତାଙ୍କ ମୋବାଇଲ ଟ୍ରାକିଙ୍ଗ୍ କରିବାରେ ଜଣାପଡିଲା ଯେ ମୋବାଇଲ ଟି ଉପର ମଣିନାଗ ନିକଟରେ ଅଛି।

ରାତି ହୋଇଯାଇଥିବାରୁ ୫ ତାରିଖ ସକାଳୁ ଗ୍ରାମବାସୀ ମାନେ ଉପର ମଣିନାଗ ଯାଇ ଖୋଜାଖୋଜି କରିବା ପରେ ନିଖୋଜ ଅଶୋକ ର ଗଳିତ ଶବ ମିଳିଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳ ରେ ପହଂଚି ଗଳିତ ଶବକୁ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି। ମୃତକ ର ବାପା ଆଦିତ୍ୟ ମଙ୍ଗରାଜ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଅତିରିକ୍ତ ନିରିକ୍ଷକ ବିନୟ କୁମାର ପରିଡା ମାମଲାର ତଦନ୍ତ ଭାର ନେଇ ପଞ୍ଚନାମା ରିପୋର୍ଟ କୁ ଅପେକ୍ଷା କରିଛନ୍ତି। ଶବ ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.