Home Top News ଆସନ୍ତାକାଲି ଠାରୁ କ୍ଷୀର ହେବ ମହଙ୍ଗା : ଏବେ ଅମୂଲ ପରେ ମଦର ଡାଏରୀ ବଢ଼ାଇଲା...

ଆସନ୍ତାକାଲି ଠାରୁ କ୍ଷୀର ହେବ ମହଙ୍ଗା : ଏବେ ଅମୂଲ ପରେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧର ମୂଲ୍ୟ

134

ନୂଆ ଦିଲ୍ଲୀ ୫-୩ (ଓଡ଼ିଆ ପୁଅ) ନୂକଟରେ ଅମୁଲ ସାରା ଦେଶରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ଏବଂ ଏହା ପରେ ଏହାର କ୍ଷୀରରେ ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିଲା। ମଦର ଡାଏରୀ ରବିବାର ଠାରୁ ଦିଲ୍ଲୀ-ଏନସିଆରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରୁଥିବାରୁ ଗ୍ରାହକଙ୍କୁ ଆଉ ଏକ ମହଁଗା ମାଡ଼ ହୋଇଛି।

ସୂଚନାଯୋଗ୍ୟଯେ, ମଦର ଡାଏରୀ ପୂର୍ବରୁ ଜୁଲାଇ ୨୦୨୧ ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ଏବଂ ବର୍ତ୍ତମାନ ମଦର ଡାଏରୀ କହିଛି ଯେ, ଜୁଲାଇ ୨୦୨୧ ପରେ ଦୁଗ୍ଧ କ୍ରୟ ପ୍ରାୟ ୮ ରୁ ୯ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିପାଇଁ ଏହାର ମୂଲ୍ୟ ବୃଦ୍ଧି କରିବାକୁ ପଡିବ।

ଏହି ରାଜ୍ୟଗୁଡିକରେ ମଧ୍ୟ କ୍ଷୀର ମହଙ୍ଗା ହେବ

ଆସନ୍ତାକାଲିଠାରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ମଦର ଡାଏରୀ ଦୁଗ୍ଧର ମୂଲ୍ୟ ମଧ୍ୟ ୨ ଟଙ୍କା ଅଧିକ ହେବ।

କ୍ଷୀରର ବର୍ଦ୍ଧିତ ମୂଲ୍ୟ ଜାଣନ୍ତୁ।

ମଦର ଡାଏରୀର ଫୂଲ କ୍ରିମ୍ କ୍ଷୀର ଲିଟର ପିଛା ୫୭ ରୁ ୫୯ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଅଧ ଲିଟରର ଦାମ ୩୦ ଟଙ୍କା ହେବ।

ମଦର ଡାଏରୀର ଟୋନଡ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୪୭ ଟଙ୍କା ବଦଳରେ ୪୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ସେହିପରି ଅଧ ଲିଟର ପ୍ୟାକେଟର ମୂଲ୍ୟ ୨୫ ଟଙ୍କା ରହିବ।

ଡବଲ୍ ଟୋନ୍ଡ୍ କ୍ଷୀରର ମୂଲ୍ୟ ଲିଟର ପିଛା ୪୧ ରୁ ୪୩ ଟଙ୍କାକୁ ବୃଦ୍ଧି ପାଇବ।

ଗାଈ କ୍ଷୀର ଲିଟର ପିଛା ୪୯ ରୁ ୫୧ ଲିଟର ପିଛା ବୃଦ୍ଧି ପାଇବ। ଅଧ ଲିଟର ପ୍ୟାକେଟର ମୂଲ୍ୟ ୨୫ ଟଙ୍କା ବଦଳରେ ୨୬ ଟଙ୍କା ହେବ।

ମଦର ଡାଏରୀର ଟୋକନ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୪୪ ରୁ ୪୬ ଟଙ୍କାକୁ ବୃଦ୍ଧି ପାଇବ।

ପୁନଶ୍ଚ ସୂଚନାଯୋଗ୍ୟଯେ, ମାର୍ଚ୍ଚ ୧ ରୁ ଅମୁଲଙ୍କ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.