Home ଜିଲ୍ଲା ପରିକ୍ରମା ଅବକାରୀ ଥାନା ଓ ସ୍କ୍ୱାର୍ଡ ମିଳିତ ଚଢାଉ ୪ ଗିରଫ

ଅବକାରୀ ଥାନା ଓ ସ୍କ୍ୱାର୍ଡ ମିଳିତ ଚଢାଉ ୪ ଗିରଫ

92

ନୟାଗଡ/୦୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳରେ ଗାଁ ଗାଁରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁନେଇ ଅଂଚଳରେ ଉଦଗେବ ପ୍ରକାଶ ପାଇବା ସହ ଚୋରୀନାରୀ ଝାମଲା  ବଢିବାରେ ଲାଗିଛି । ମାର୍ଚ୍ଚ ୫ ତାରିଖ ସକାଳୁ ରଣପୁର ଅବକାରୀ ଥାନା ଓ କଟକ ଗୁଇନ୍ଦା ବିଭାଗ କର୍ମଚାରୀ ମାନଙ୍କର ଚଢାଉ କରାଯାଇଥିଲା । ଝିଙ୍କିଝାରୀ  ଗ୍ରାମରେ ଚଢାଉ କରି ବଳଭଦ୍ର ବେହେରା (୫୮) କୁ ମଦ ବିକ୍ରି ଅଭିଯୋଗରେ ୧୬ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ଜଣାପଡିଛି । ପରେ ପରେ କନ୍ଧନୟାଗଡ ଗ୍ରାମରେ ଚଢାଉ କରି ନିତ୍ୟାନନ୍ଦ ବେହେରା (୪୦) କୁ ଗିରଫ କରିବା ସହ ହାତରନ୍ଧା ଦେଶୀମଦ ଜବତ କରିଥିଲେ । କରଡାପଲ୍ଲା ଗ୍ରାମରେ ଚଢାଉ କରି ଗୋପାଳ ସାହୁ (୪୦) କୁ ଗିରଫ କରିବା ସହ ୧୮ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିଲେ ।

ସେହିଭଳି ଭାବରେ ଗୋଡିପୋଖରୀ ଗ୍ରାମରେ ଚଢାଉ କରି ମଦ ବିକ୍ରି ଅଭିଯୋଗ ରେ ରଙ୍କନାଥ ବରାଳ (୬୭) କୁ ଗିରଫ କରିବା ସହ ୧୨ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡିଛି । ଚଢାଉରେ ରଣପୁର ଅବକାରୀ ଥାନା ଉପ ନିରୀକ୍ଷକ ଶୁସାନ୍ତ କୁମାର ମହାପାତ୍ର , ଅତିରିକ୍ତ ଉପ ନିରୀକ୍ଷକ ସୁବାଷ ଚନ୍ଦ୍ର ସେଠୀ , କଟକ ଗୁଇନ୍ଦା ଅତିରିକ୍ତ ଉପ ନିରୀକ୍ଷକ ଆଲୋକ କୁମାର ପ୍ରଧାନ  , ମଧୂସୁଦନ ସେଠୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ । ଅଭିଯୁକ୍ତ ନିତ୍ୟାନନ୍ଦ ବେହେରା କୁ ଅବକାରୀ ଥାନାରୁ ଜାମିନ୍ ଦିଆଯାଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ରଣପୁର ଅଦାଲତକୁ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.