Home ଜିଲ୍ଲା ପରିକ୍ରମା ଧାମରାରେ ଅତିରିକ୍ତ ତହସିଲଦାରଙ୍କ ଅଫିସ ଏକ ପ୍ରହସନ, ଫଳକରେ ସିମୀତ ହୋଇ ରହିଛି

ଧାମରାରେ ଅତିରିକ୍ତ ତହସିଲଦାରଙ୍କ ଅଫିସ ଏକ ପ୍ରହସନ, ଫଳକରେ ସିମୀତ ହୋଇ ରହିଛି

25

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ଖୋଲିଥିବା ଅତିରିକ୍ତ ତହସିଲଦାରଙ୍କ ଅଫିସ କେବଳ କାଗଜ ପତ୍ରରେ ଚାଲିଛି ଅଥବା ଏହା ପ୍ରକୃତରେ ସାଧାରଣ ଜନତାଙ୍କ କାର୍ଯ୍ୟରେ ଲାଗିଛି ତାହା ପ୍ରଶ୍ନବାଚୀ ହୋଇ ପଡିଛି । ୧୯୯୭ ମସିହାରେ ଏହି ଅଫିସ କାଗଜପତ୍ରରେ ଆରମ୍ଭ ହୋଇଥିବା ବେଳେ ପୁନଶ୍ଚ ଏହା ର ନବୀକରଣ ୨୦୧୭ ମସିହାରେ ହୋଇଥିଲା । ୨୦୧୭ ମସିହା ଠାରୁ ଆରମ୍ଭ ହୋଇଥିବା ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସ କିଛି ଦିନ କାର୍ଯ୍ୟକାରୀ ହେବା ପରେ ତାହା ପୁନଶ୍ଚ ସବୁଦିନ ପାଇଁ ବନ୍ଦ ମଧ୍ୟ ହୋଇଯାଇଥିଲା ।୨୦୧୭ ମସିହା ଅଗଷ୍ଟ ୨୫ତାରିଖରେ ପ୍ରକୃତରେ ସରକାରଙ୍କ ଆଦେଶ କାର୍ଯ୍ୟକାରୀ ହେବାପରେ ୪ବର୍ଷ ପାଇଁ ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସରେ ୪ଜଣ ଅତିରିକ୍ତ ତହସିଲଦାର ପର୍ଯ୍ୟାୟକ୍ରମେ ନିଯୁକ୍ତି ପାଇଥିଲେ । ମାତ୍ର ତାହା ପୁଣି ସ୍ୱଳ୍ପ ସମୟ ପାଇଁ । ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସ ଖୋଲିବାର ଅଭିପ୍ରାୟ ଥିଲା ଧାମରା ୮ପଂଚାୟତ ଯଥା ଧାମରା, ବାଂଶଡା, କଇଥଖୋଲା, ଦୋସିଙ୍ଗା, କରଞମାଳ, କରଣପଲ୍ଲୀ,ପଂଚିଟିକ୍ରି,ଜାଗୁଳା ପଂଚାୟତର ଲୋକ ଚାନ୍ଦବାଲି ତହସିଲକୁ ନଯାଇ ସମସ୍ତ ସାର୍ଟିଫିକେଟ ତଥା ଅନ୍ୟାନ୍ୟ ଜମି ସଂକ୍ରାନ୍ତୀୟ କାଗଜପତ୍ର ପାଇବାରେ ଅହେତୁକ ବିଳମ୍ବର ଅନ୍ତ ଘଟିବ ବୋଲି ।

ଏହି ସ୍ୱପ୍ନ ସାକାର ହେବା ପରିବର୍ତେ ଆଜି ଭଳି ଦିନରେ ଏହା ଏକ ପ୍ରହସନ ପାଲଟିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭି÷ଯୋଗ ଆଣିଛନ୍ତି । ଏହି ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ କିରାଣୀ,କନିଷ୍ଠ କିରାଣୀ,ଜଣେ ଡାଟା ଏଂଟ୍ରିି ଅପରେଟରକୁ ନେଇ କିଛି ଦିନ କାର୍ଯ୍ୟ ସଂପର୍ଣ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏହି ଅଫିସ ପୁନଶ୍ଚ ସଂପୂର୍ଣ ବନ୍ଦ ହୋଇଗଲା ତାହା କୌଣସି ଜନସାଧାରଣଙ୍କୁ ମଧ୍ୟ ଅବଗତ କରାଗଲା ନାହିଁ । ଧାମରା ବନ୍ଦର ର ଯେ କୌଣସି କାର୍ଯ୍ୟ ଥିଲେ କିଛି ଦିନ ପାଇଁ ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସ ଖୋଲିଥାଏ ଏବଂ ସେହି କାର୍ଯ୍ୟ ଶେଷ ହୋଇଗଲେ ତାହା ପୁନଶ୍ଚ ବନ୍ଦ ହୋଇଯାଏ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଠାରେ ଉଲେଖଯୋଗ୍ୟ ଧାମରା ବନ୍ଦର କର୍ତୁପକ୍ଷ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସର ଏବଂ ଧାମରା ରାଜସ୍ୱ ନିରୀକ୍ଷକ ଙ୍କ ପ୍ରାଙ୍ଗଣରେ ବସାଇଥିବା ନଳକୂପ ଟି ମଧ୍ୟ ଲୁଣି ପଡି ଅଚଳ ହୋଇଥିବାରୁ ଏଠାକୁ ଆସୁଥିବା ସାଧାରଣ ଜନତା ପାଣି ଟିକକ ପାଇଁ ମଧ୍ୟ ଡହଳ ବିକଳ ହେବା କଥା ସମସ୍ତଙ୍କର ଦେହସୁହା ହୋଇ ଗଲାଣି ବୋଲି ଜଣାଯାଇଛି ।ଏହି ସମସ୍ତ କଥା ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଏହି କଥାକୁ ଦୃଷ୍ଟି ଦେବା ସହ ତୁରନ୍ତ ଜଣେ ଅତିରିକ୍ତ ତହସିଲଦାରଙ୍କୁ ଧାମରା ଅତିରିକ୍ତ ତହସିଲଦାରଙ୍କ ଅପିସରେ ନିଯୁକ୍ତି ଦିଆଗଲେ ସାଧାରଣ ଜନତା ଉପକୃତ ହୋଇ ପାରନ୍ତେ ବୋଲି ଚର୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.