Home ଅପରାଧ ପାଲଘର ପରେ ଏବେ ବୁଲନ୍ଦସହରରେ ଦୁଇଜଣ ସାଧୁଙ୍କୁ ହତ୍ୟା – ଅଭିଯୁକ୍ତ ଗିରଫ

ପାଲଘର ପରେ ଏବେ ବୁଲନ୍ଦସହରରେ ଦୁଇଜଣ ସାଧୁଙ୍କୁ ହତ୍ୟା – ଅଭିଯୁକ୍ତ ଗିରଫ

758

ବୁଲନ୍ଦସହର ୨୮-୪ (ଓଡ଼ିଆ ପୁଅ) COVID-୧୯ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଛି। ଏହି ସମୟରେ ସୋମବାରଦିନ ରାତିରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଦୁଇଜଣ ସାଧୁଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି। ସାଧୁମାନଙ୍କୁ ହତ୍ୟା ପରେ ଗ୍ରାମବାସୀଙ୍କ ମଧ୍ୟରେ ବହୁତ ଆକ୍ରୋଶ ରହିଛି। ଘଟଣା ସ୍ଥଳକୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ସାଧୁଙ୍କ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣାରେ ପହଞ୍ଚିଥିବା ଏସଏସପି ବୁଲନ୍ଦ ସହର ସନ୍ତୋଷ କୁମାର ସିଂ କହିଛନ୍ତି ଯେ ହତ୍ୟାକାରୀ ମୁରାରୀଙ୍କୁ ଗିରଫ କରାଯାଇଛି, ସେ ମଦ୍ୟପାନ କରିଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ହତ୍ୟାକାଣ୍ଡ ସମ୍ପର୍କରେ ପଚାରି ବୁଝିଛନ୍ତି। ତୁରନ୍ତ ଘଟଣାସ୍ଥଳକୁ ପହଁଚି ଘଟଣାର ସବିଶେଷ ବିବରଣୀ ଦେବା ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲା ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧୀକ୍ଷକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ, ସାଧୁ ଜଗନ୍ ଦାସଙ୍କ ବୟସ (୫୫) ବର୍ଷ ଏବଂ ସେବାଦାସ (୩୫) ଗତ ୧୦ ବର୍ଷ ଧରି ବୁଲନ୍ଦ ସହରରେ ଅବସ୍ଥିତ ଶିବ ମନ୍ଦିରରେ ରହୁଥିଲେ। ଉଭୟ ସାଧୁ ମନ୍ଦିରରେ ରହୁଥିଲେ ଏବଂ ପୂଜାରେ କରୁଥିଲେ। ସୋମବାର ରାତିରେ ଉଭୟ ସାଧୁଙ୍କୁ ମନ୍ଦିର ପରିସରରେ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ମଙ୍ଗଳବାର ସକାଳେ ଗ୍ରାମବାସୀ ମନ୍ଦିରରେ ପହଞ୍ଚିବା ପରେ ସାଧୁଙ୍କ ରକ୍ତରେ ମୃତ ଦେହ ଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ବହୁ ସଂଖ୍ୟାରେ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.